ଆମିରଙ୍କ ଆଉ ଏକ ବ୍ଲକବଷ୍ଟର ଫିଲ୍ମର ପ୍ରସ୍ତୁତି ! ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଚୀନରେ କରିବ ଧମାକା

84

dangal_640x480_71494211311ଆମିର୍ ଖାନଙ୍କ ଫିଲ୍ମ କେବଳ ଭାରତ ନୁହେଁ ସାତ ସମୁଦ୍ର ପାରିର ଦର୍ଶକ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି । ଏହାର ଏକ ଉଦାହରଣ ଆମିରଙ୍କ ଫିଲ୍ମ ‘ଦଙ୍ଗଲ’ । ଚୀନରେ ରିଲିଜ ହୋଇଥିବା ଆମିରଙ୍କ ଏହି ଫିଲ୍ମ ଅର୍ଥ ଆୟର ସବୁ ରେକର୍ଡ ଭାଂଗି ଦେଇଥିଲା । ସେଠାରେ ଏବେ ଫିଲ୍ମ ‘ଦଙ୍ଗଲ’ର ସଫଳତାକୁ ନେଇ ଆମିର ପୁଣି ଏକ ଫିଲ୍ମ ଚୀନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ଆମିରଙ୍କ ଫିଲ୍ମ ‘ଦଙ୍ଗଲ’ ଚୀନରେ ୧ହଜାର କୋଟି ଟଙ୍କା ରୁ ଅଧିକ ବ୍ୟବସାୟ କରିଥିଲା । ଦଙ୍ଗଲର ସଫଳତାକୁ ଦୋହରାଇବା ପାଇଁ ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ର ନିର୍ମାତା ଏବେ ଚୀନରେ ଏହି ଫିଲ୍ମକୁ ରିଲିଜ କରିବାକୁ ଭାବିଛନ୍ତି । ଅନୁମାନ କରାଯାଇଛି ଏହି ଫିଲ୍ମଟି ‘ଦଙ୍ଗଲ’ ଠାରୁ ଆହୁରି ରେକର୍ଡ ବ୍ୟବସାୟ କରିବ । ଆଉ ଚୀନ ଦର୍ଶକଙ୍କ ପସନ୍ଦ ହେବ । ଯେଉଁଭଳି ଭାବେ ମେକର୍ସ ‘ଦଙ୍ଗଲ’କୁ ୭ହଜାର ସ୍କ୍ରିନରେ ରିଲିଜ କରିଥିଲେ । ଠିକ୍ ଏହିପରି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’କୁ ମଧ୍ୟ ଅଧିକରୁ ଅଧିକ ସ୍କ୍ରିନରେ ରିଲିଜ କରିବାକୁ ପ୍ଲାନିଂ କରିଛନ୍ତି । କିନ୍ତୁ ଦୁଇଟି ଯାକ ଫିଲ୍ମର କାହାଣୀରେ ତଫାତ୍ ଅଛିି । ହେଲେ ଆମିରଙ୍କ ପ୍ରଶଂସକଙ୍କୁ ଧ୍ୟାନରେ ରଖି ଏମିତି କରାଯାଉଛି । ଆଉ ଏହା ନିଶ୍ଚିତ ରୂପେ ଚୀନରେ ସଫଳତା ସାଉଁଟିବ ବୋଲି ଆଶା କରାଯାଉଛି ।

dangal_640x480_81494491062ଫିଲ୍ମ ‘ଦଙ୍ଗଲ’ କୁ ୭ହଜାର ସ୍କ୍ରିନରେ ରିଲିଜ କରାଯାଇଥିଲା । ଏହା ବକ୍ସ ଅଫିସରେ ରେକର୍ଡ କରିଥିଲା । ଦଙ୍ଗଲର ସଫଳତାରୁ ଏହା ଜଣାପଡିଛି ଯେ, ଆମିରଙ୍କ ଫ୍ୟାନ ଫଲୋଇଙ୍ଗ ସୀମା ପାରିରେ ମଧ୍ୟ ଖୁବ୍ ଅଧିକା । ଚୀନକୁ ଆଲୋଚନାକୁ ନେଲେ ଜାଣିପାରିବା ସେଠାରେ ଲୋକେ ଆମିରଙ୍କ ଫିଲ୍ମକୁ ବହୁତ ପସନ୍ଦ କରିଥାନ୍ତି । ଆଉ ଏ କ୍ଷେତ୍ରରେ ଆମିରଙ୍କ ଫିଲ୍ମ ଦଙ୍ଗଲ ସବୁଠୁ ବେଶୀ ସଫଳତା ପାଇଛିି । ଏହି ଫିଲ୍ମର କାହାଣୀ ଯେଉଁଭଳି ଭାବେ ଏଠାର ଲୋକଙ୍କ ମନକୁ ଛୁଇଁଥିଲା , ସେମିତି ଏହି ଫିଲ୍ମକୁ ଲୋକେ ତାରିଫ କରିଥିଲେ । ଫଳରେ ୧ହଜାର କୋଟି ଟଙ୍କାର ବ୍ୟବସାୟ କରିପାରିଥିଲା । ଏହାକୁ ଦେଖି ଆମିରଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ର ନିର୍ମାତା ଏବେ ଏହି ଫିଲ୍ମକୁ ମଧ୍ୟ ରିଲିଜ କରିବାକୁ ଭାବୁଛନ୍ତି ।

ଯେଉଁଭଳି ଭାବେ ଚୀନର ଲୋକେ ଆମିରଙ୍କୁ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଫିଲ୍ମ ଦେଖିବାକୁ ପାଗଳ ଭଳି ପ୍ରତୀକ୍ଷା କରୁଛନ୍ତି , ଏଥିରୁ ଅନୁମାନ କରାଯାଉଛି କି ଏହି ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ମଧ୍ୟ ଚୀନ ରେ ‘ଦଙ୍ଗଲ’ ଭଳି ଧମାକା କରିବ । ଆଉ ରେକର୍ଡ ସଂଖ୍ୟକ ବ୍ୟବସାୟ କରିବ । (ସୌଜନ୍ୟ- ଫିଲ୍ମବିଟ୍)