‘ଡିଡିଏଲଜେ’ ଫିଲ୍ମର ରାଜ୍ ଚରିତ୍ର ପାଇଁ ଟମ୍ କ୍ରୁଶଙ୍କୁ ପସନ୍ଦ କରୁଥିଲେ ଆଦିତ୍ୟ ଚୋପ୍ରା !

36

ବଲିଉଡର ମାଇଲ ଖୁଣ୍ଟ ଫିଲ୍ମ ‘ଦିଲୱାଲେ ଦୁଲହନିଆଁ ଲେ ଜାଏଙ୍ଗେ’ । ଶାହାରୁଖ-କାଜୋଲଙ୍କ ଏହି ଯୋଡି ଖୁବ୍ ଧୁମ୍ ମଚାଇଥିଲା ବଲିଉଡରେ । ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ ଏହି ଫିଲ୍ମଟିକୁ । ରାଜ୍-ସିମରନ୍ ଚରିତ୍ର ଲୋକଙ୍କୁ ଶିଖେଇଥିଲା ପ୍ରେମ କରିବା ।

ଆଉ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସୁପରହିଟ୍ ଫିଲ୍ମର ମୁଖ୍ୟ ଚରିତ୍ର ରାଜ୍ ମଲହୋତ୍ରା ପାଇଁ ଆଦିତ୍ୟଙ୍କ ପ୍ରଥମ ପସନ୍ଦ ଥିଲେ ହଲିଉଡ ଅଭିନେତା ଟମ୍ କ୍ରୁଶ । କିନ୍ତୁ ୟଶ୍ ଚୋପ୍ରା ସଫା ସଫା ମନା କରିଦେଇଥିଲେ । ଏହି ଦେଶି ରାଜ ଚରିତ୍ର ପାଇଁ ଶାହାରୁଖ ହିଁ ଠିକ୍ ବୋଲି କହିଥିଲେ । ଆଉ କ୍ରୁଶଙ୍କ ବଦଳରେ ଶାହାରୁଖ ଖାନ୍ ସାଜିଥିଲେ ‘ଡିଡିଏଲଜେ’ ଫିଲ୍ମର ରାଜ୍ ମଲହୋତ୍ରା । ଫିଲ୍ମଟି ପାଲଟିଯାଇଥିଲା ବଲିଉଡ୍ ଫିଲ୍ମର ମାଇଲ୍ ଖୁଣ୍ଟ ।