ପୁଣି କୋର୍ଟରୁମରେ ଦେଖାଦେବେ ତାପସୀ : ଆଗାମୀ ଫିଲ୍ମ ପାଇଁ ହେଉଛନ୍ତି ପ୍ରସ୍ତୁତ

41

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତାପସୀ ପାନୁ । ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ‘ପିଙ୍କ୍’ ବଲିଉଡ଼ରେ ତାଙ୍କ କ୍ୟାରିୟରକୁ ଦେଇଥିଲା ଏକ ନୂଆ ମୋଡ଼ । ଏହି ଫିଲ୍ମରେ ତାପସୀଙ୍କୁ ଅଭିଯୁକ୍ତ ଭାବରେ କୋର୍ଟର କାଠଗଡ଼ାରେ ଦେଖିବାକୁ ମିଳିଥିଲା । ପୁଣିଥରେ ତାପସୀ ସେହି କୋର୍ଟ ରୁମ୍ କୁ ଫେରିବାକୁ ଯାଉଛନ୍ତି । ଏଥର କିନ୍ତୁ ଅଭିଯୁକ୍ତ ଭାବରେ ନୁହେଁ ଜଣେ ଓକିଲ ଚରିତ୍ରରେ ନଜର ଆସୁଛନ୍ତି ।

ସୂଚନା ଅନୁସାରେ , ତାପସୀ , ତାଙ୍କର ଆଗାମୀ ଫିଲ୍ମରେ କରୁଛନ୍ତି ଜଣେ ଓକିଲ ଭୂମିକା । ତାଙ୍କୁ ଏପରି ଭୂମିକା ଦେଇଛନ୍ତି ନିର୍ଦ୍ଦେଶକ ଅଭିନୟ ଦେଓ । ନାମ୍ ସବାନାରେ ତାଙ୍କ ଦମଦାର୍ ଅଭିନୟ ଦେଖିବା ପରେ ଅଭିନୟ ଏହି ଅଫର୍ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଟାଇଟଲ୍ ଫାଇନାଲ୍ ହୋଇନାହିଁ । ଶୁଣିବାକୁ ମିଳୁଛି ତାପସୀ ଏହି ଫିଲ୍ମ କରିବାକୁ ହଁ କରିଛନ୍ତି ।

ସୁଟିଂ ଆରମ୍ଭ ହେବାର ଏକମାସ ପୂର୍ବରୁ ନିଜକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ତାଲିମ୍ ନେବେ ତାପସୀ । ତାପସୀଙ୍କ ବିପକ୍ଷରେ କିଏ ରହିବେ ଏବଂ ବାକି କଳାକାରଙ୍କ ସମ୍ବନ୍ଧରେ କୈାଣସି ସୂଚନା ମିଳିନାହିଁ । ତଥାପି ଆସନ୍ତା ଅକ୍ଟୋବର ମାସରୁ ଏହାର ସୁଟିଂ ଆରମ୍ଭ କରାଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ସେ ଯାହା ହେଉ ତାପସୀଙ୍କୁ ପୁଣି ଓକିଲ ପରି ଏକ ଦମଦାର୍ ଭୂମିକାରେ ଦେଖିବା ନିଶ୍ଚୟ ତାଙ୍କ ପ୍ରଶଂସକଙ୍କ ଲାଗି ଖୁସିର ବିଷୟ ହେବ ।