ପୁଣି ଦବଙ୍ଗ ଗର୍ଲଙ୍କ କମାଲ୍ : ସର୍କସ ଦେଖେଇବେ ସୋନାକ୍ଷୀ !

27

ଶୀର୍ଷକଟି ପଢିବା ପରେ ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ଅଭିନୟ ଜଗତରେ ତ ବେଶ୍ ଲୋକପ୍ରିୟତା କମାଇ ସାରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା । ପୁଣି କ’ଣ ପାଇଁ ତାଙ୍କୁ ସର୍କସରେ କାମ କରିବାକୁ ପଡୁଛି । ହଁ , ସୋନାକ୍ଷୀ ସିହ୍ନା ରିଅଲ୍ ଲାଇଫରେ ନୁହେଁ ରିଲ୍ ଲାଇଫରେ ସର୍କସ ଦେଖାଇବେ ।

ସୂଚନା ଅନୁସାରେ , ନୂଆ ନୂଆ ନିର୍ଦ୍ଦେଶନାରେ ପାଦ ରଖିଥିବା କୋରିଓଗ୍ରାଫର ବୋସ୍କୋ ମାର୍ଟିସ୍ ନିର୍ମାଣ କରିବାକୁ ଯାଉଛନ୍ତି ଏକ ନୃତ୍ୟ ଭିତ୍ତିକ ଫିଲ୍ମ ‘ସର୍କସ’ । ଏହାର ନାୟିକା ହେବେ ସୋନାକ୍ଷୀ । ତେବେ ସୋନାକ୍ଷୀଙ୍କ ପୂର୍ବରୁ ଏହି ଭୂମିକା ଲାଗି କଙ୍ଗନାଙ୍କୁ ଅଫର୍ ଦିଆଯାଇଥିଲା । କିନ୍ତୁ ସେ ମନା କରିଦେଇଥିଲେ ।ତାଙ୍କ ପରେ ପରିଣୀତି ଚୋପ୍ରାଙ୍କ ସହ କଥା ହୋଇଥିଲା । କିନ୍ତୁ ସେ ବି ମନା କରିଥିଲେ । ପରେ ଦୁଇଜଣଙ୍କ ଠାରୁ ନା ଶୁଣିବା ପରେ ବୋସ୍କୋ ଗତ ଡିସେମ୍ବର ମାସରେ ସୋନାକ୍ଷୀଙ୍କୁ କାହାଣୀ ଶୁଣାଇଥିଲେ । କିଛି ମାସ ଚିନ୍ତା କରିବା ପରେ ନିକଟରେ ସୋନାକ୍ଷୀ ସମ୍ମତି ଦେଇଛନ୍ତି । ଏହି ଫିଲ୍ମରେ ସୋନାକ୍ଷୀଙ୍କ ବିପକ୍ଷରେ ସୁରଜ ପାଂଚୋଲି ରହିବେ । ଏହାସହ ଏଥିରେ ସୁନିଲ୍ ସେଟ୍ଟୀ ମଧ୍ୟ ନଜର ଆସିବେ । ଏବେ ଦର୍ଶକଙ୍କ ଅପେକ୍ଷା ରହିବା କେମିତି ସର୍କସ ଦେଖେଇବେ ସୋନାକ୍ଷୀ ।