ଇଚ୍ଛା ଥିଲା ବାସ୍କେଟ୍ ବଲ୍ ଖେଳାଳୀ ହେବା , ହୋଇଗଲେ ଅଭିନେତା !

57

ହଲିଉଡରୁ ନିଜର କ୍ୟାରିୟରର ଆରମ୍ଭ କରିଥିବା ଅଭିନେତା ଅଲୀ ଫଜଲଙ୍କର ରବିବାର ଅର୍ଥାତ୍ ଆଜି ଜନ୍ମଦିନ । ଯିଏ ପିଲା ଦିନରୁ ସ୍ୱପ୍ନ ଦେଖିଥିଲେ ବାସ୍କେଟ୍ ବଲ ଖେଳାଳୀ ହେବା । ହେଲେ ହୋଇଗଲେ ଅଭିନେତା । ଆସନ୍ତୁ ଜାଣିବା ଅଲୀଙ୍କର ହଲିଉଡରୁ ବଲିଉଡ ଯାତ୍ରା ବିଷୟରେ ।

ଅଲୀ ଫଜଲଙ୍କର ଜନ୍ମ ଉତ୍ତର ପ୍ରଦେଶର ଲଷ୍ନୌରେ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ସେ ନିଜର ପାଠପଢା ଡେରାଡୁନର ଡୁନ୍ ସ୍କୁଲରେ କରିଥିଲେ । ଅଲୀ ନିଜର ପତିଜନଙ୍କ ପାଇଁ ପ୍ରଥମେ ଇଂଜିନିୟରିଂ କଲେଜରେ ଆଡମିଶନ ନେଇଥିଲେ । କିନ୍ତୁ ତାଙ୍କୁ ଇଂଜିନିୟର ହେବାର ଇଚ୍ଛା ନଥିଲା । ଏଥିପାଇଁ ପରେ ସେ ଇକୋନୋମିକ୍ସରେ ଗ୍ରାଜୁଏସନ ପଢିଲେ । ଅଲୀଙ୍କର ବାସ୍କେଟ ବଲ ଖେଳିବାରେ ଖୁବ୍ ପସନ୍ଦ ଥିଲା । ଏମିତି ଏକ ସମୟ ଥିଲା ଯେବେ ସେ ବାସ୍କେଟ୍ ବଲ୍ ଖେଳି ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ରିପ୍ରେଜେଣ୍ଟ କରିବାକୁ ଚାହିଁଥିଲେ । କିନ୍ତୁ ଏହା ହୋଇପାରିଲା ନାହିଁ ।

ଅଲୀ ସ୍କ୍ରିନ୍ ରେ ନିଜର ପ୍ରଥମ ଡେବ୍ୟୁ ୨୦୦୮ରେ ରିଲିଜ ହୋଇଥିବା ଇଂରାଜି ଫିଲ୍ମ ‘ଦ ଅଦର ଏଣ୍ଡ ଅଫ୍ ଦ ଲାଇନ୍’ ରେ କରିଥିଲେ । ଏଥିରେ ସେ ଏକ କେମିୟୋ ଭୂମିକା କରିଥିଲେ । ଏହାପରେ ସେ ୨୦୦୯ରେ ଆମେରିକା ଟିଭି ମିନି ସିରିଜ ‘ବଲିଉଡ ହିରୋ’ ରେ ନଜର ଆସିଥିଲେ । ନିକଟରେ ତାଙ୍କର ଆଉ ଏକ ହଲିଉଡ ଫିଲ୍ମ ‘ ଭିକ୍ଟୋରିଆ ଆଣ୍ଡ ଅବଦୁଲ୍ ’ ରିଲିଜ ହୋଇଛି ।

ଅଲୀ ୨୦୦୯ରେ ରିଲିଜ ହୋଇଥିବା ଅମିର ଖାନଙ୍କ ଫିଲ୍ମ ‘୩ ଇଡିୟଟ’ ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ଜଲି ଲୋବିର ରୋଲ କରିଥିଲେ । ଯିଏ ଫିଲ୍ମରେ ଅତ୍ୟନ୍ତ ସମସ୍ୟାରେ ପଡି ଆତ୍ମହତ୍ୟା କରନ୍ତି । ଅଲୀଙ୍କର ବଲିଉଡରେ ଫିଲ୍ମ ‘ଫୁକରେ ’ ଦ୍ୱାରା ପରିଚୟ ମିଳିଲା । ଏହା ଛଡା ସେ ‘ବିବି ଜାସୁସ୍’ , ‘ସୋନାଲୀ କେବଳ’ ଭଳି ଫିଲ୍ମରେ ସପୋର୍ଟିଂ ଅଭିନେତା ଭାବେ ନଜର ଆସିଛନ୍ତି । ୨୦୧୬ରିଲିଜ ହୋଇଥିବା ଫିଲ୍ମ ‘ହାଫି ଭାଗ୍ ଜାଏଗୀ’ ରେ ସେ ଡାୟନା ପେଣ୍ଟି ଙ୍କ ସହ ଲିଡ୍ ରୋଲରେ ନଜର ଆସିଥିଲେ । ଏବେ ଅଲୀ ନିଜର ରୋମାଂଟିକ କମେଡି ଫିଲ୍ମ ‘ତଡକା’ ର ପ୍ରସ୍ତୁତିରେ ବ୍ୟସ୍ତ । ଏଥିରେ ସେ ତାପସୀ ପନ୍ନୁ ଓ ନାନା ପାଟେକରଙ୍କ ସହ ନଜର ଆସିବେ । ଏହା ସହ ତାଙ୍କର ଫିଲ୍ମ ‘ଫୁକରେ’ ର ସିକ୍ୱେଲ ମଧ୍ୟ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ।