ଅକ୍ଷୟଙ୍କ ଜବରଦସ୍ତ ପ୍ରଶଂସଙ୍କ : ୧୬ଶହ କି.ମି ସାଇକେଲ ଚଳାଇ ପହଁଚିଲେ ଅକ୍ଷୟଙ୍କ ପାଖରେ

44

ଅକ୍ଷୟ କୁମାରଙ୍କ ଜବରଦସ୍ତ ଫ୍ୟାନ ଫଲୋୟିଂ । ଏହି ସୁପରଷ୍ଟାରଙ୍କୁ ଯେତେବେଳେ ବି ସମୟ ମିଳେ ,ସେ ନିଜର ପ୍ରଶଂସକଙ୍କୁ ଖୁସି କରାଇଥାନ୍ତି । ଏମିତି ଏକ ନଜିର ଏବେ ଦେଖିବାକୁ  ମିଳିଛି ।

ଶୁକ୍ରବାର ଦିନ ଅକ୍ଷୟଙ୍କ ଜଣେ ପ୍ରଶଂସକ ଭେଟିବାକୁ ତାଙ୍କ ପାଖରେ ପହଁଚିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଶିବ୍ ମାନସିଂହ ନାମକ ଏହି ଲୋକଟି ଅକ୍ଷୟଙ୍କୁ ଭେଟିବାକୁ  ହରିଦ୍ୱାରରୁ ସାଇକେଲ ଚଲାଇ ୧୬ ଶହ କି.ମି ଅତିକ୍ରମ କରି ମୁମ୍ବାଇରେ ପହଁଚିଥିଲେ । ଆଉ ସାଥିରେ ଆଣିଥିଲେ ନିଜର ପ୍ରିୟ ଷ୍ଟାରଙ୍କୁ ଉପହାର ସ୍ୱରୂପ ଦେବା ପାଇଁ ଗଙ୍ଗା ଜଳ । ଏହା ଦେଖି ଏହି ଖିଲାଡି ଷ୍ଟାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଖୁବ୍ ତାରିଫ କରିଥିଲେ ଏହି ପ୍ରଶଂସକ ଜଣଙ୍କୁ ।

ଅକ୍ଷୟ ମଧ୍ୟ ତାଙ୍କୁ ନିରାଶ କରିନଥିଲେ । ତାଙ୍କ ସହ ଫଟୋ ଉଠାଇଥିଲେ । ଆଉ ଟୁଇଟର ମାଧ୍ୟମରେ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ,ତାଙ୍କୁ ଭେଟିବାକୁ ଏସବୁ କଷ୍ଟକର କାମ କେହି ନକରନ୍ତୁ ।