ରଜକୁ ରଙ୍ଗିନ୍ ହେବେ ସିନେ ପ୍ରେମୀ ! ମୁକ୍ତିଲାଭ କରୁଛି ୪ଟି ଓଡିଆ ସିନେମା

255

ରଜ ଆଉ ବେଶି ଦିନ ନାହିଁ । ସମସ୍ତେ ହେଲେଣି ମତୁଆଲା । ଅପେକ୍ଷା କଲେଣି ସିନେମାକୁ । ଏବେଠାରୁ ଆକଳନ ହୋଇଗଲାଣି ଯେ ଏଥର ରଜରେ ଅନ୍ୟୁନ ୩ଟି କିମ୍ବା ୪ଟି ଓଡିଆ ସିନେମା ନିଶ୍ଚିତ ରୂପେ ପରଦାକୁ ଆସିବ । ପୂର୍ବରୁ ସୂଚନା ମିଳିଥିଲା କି ତରଙ୍ଗ ସିନେ ପ୍ରଡକ୍ସନର ୨ଟି ଛବି ‘ସିଷ୍ଟର ଶ୍ରୀଦେବୀ’ ଓ ‘ ଅଭୟ- ଏ କମନ୍ ମ୍ୟାନ୍ ’ ରଜ ବଜାରକୁ ଆସୁଛି । ଏଥିରେ ବାବୁସାନ ଓ ନବାଗତ ଶିବାନୀ ରହିଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ଅଶୋକ ପତି । ‘ ଅଭୟ- ଏ କମନ୍ ମ୍ୟାନ୍ ’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଏସ୍ . ଏସ୍ . କ୍ରୀଷ୍ଣା । ଏଥିରେ ଅନୁଭବ , ଏଲିନା ସାମନ୍ତରାୟ, ମିହିର ଦାସ ଓ ଅଶ୍ରୁମୋଚନ ଆଦି କଳାକାର ଅଛନ୍ତି ।

ସେହିପରି ରଜରେ ପରଦାକୁ ଆସିବ ସାର୍ଥକ ମ୍ୟୁଜିକର ‘ସପନର ପଥେ ପଥେ ’ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅମ୍ଲାନ ,ନବାଗତ ସନମୀରା ଅଛନ୍ତି । ଆଉ ଏକ ସିନେମା ‘ରୋମିଓ ଜୁଲିଏଟ୍ ’ରମେଶ ବାରିକଙ୍କ ପ୍ରଯୋଜନାରେ ରଜରେ ଆସିବାକୁ ଯାଉଛି । ଏହାର ନିର୍ଦ୍ଦେଶନାରେ ସୁଧାକର ବସନ୍ତ ରହିଛନ୍ତି । ଏଥରେ ଅରିନ୍ଦମ ଓ ବର୍ଷା ଲିଡ୍ ରୋଲରେ ଅଛନ୍ତି । ଏହି ସବୁ ସିନେମା ରଜ ସିନେମା ଭାବେ ମୁକ୍ତିଲାଭ କରିବାର ଆଶା କରାଯାଉଛି ।