ସୁନୀଲଙ୍କ ଲେଉଟାଣି ! ନୂଆ କମେଡି ଶୋ’ ନଜର ଆସିବେ ଡାକ୍ତର ମଶହୁର ଗୁଲାଟୀ

78

କପିଲ୍ – ସୁନୀଲ୍ ଫାଇଟ୍ । ଏହି ବିବାଦ ପୁରା ଦୋହଲାଇ ଦେଇଥିଲା ଛୋଟ ପରଦାକୁ । ମଝି ଆକାଶରେ ହୋଇଥିବା ଏହି ଝଗଡାର ପ୍ରଭାବ ପଡିଥିଲା ଲୋକପ୍ରିୟ କମେଡି କାର୍ଯ୍ୟକ୍ରମ ‘ଦ କପିଲ୍ ଶର୍ମା ଶୋ’ ଉପରେ । ସୁନୀଲ୍ ଗ୍ରୋବରଙ୍କ ସମେତ ହାସ୍ୟାଭିନେତା ଅଲ୍ଲୀ ଅଜଗର୍ ଓ ଚନ୍ଦନ ଏହି ଶୋ’ରେ କାମ କରିବାକୁ ମନା କରିଦେଲେ । ଘଟଣା ଟା କମେଡିଆନ୍ କପିଲ୍ ଶର୍ମାଙ୍କୁ ଦେଇଥିଲା ଶକ୍ତ ଧକ୍କା । ସୁନୀଲଙ୍କ ଫ୍ୟାନମାନେ ମଧ୍ୟ ଅନେକ ନିରାଶ ହୋଇ ଯାଇଥିଲେ । ହେଲେ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର । କାରଣ ପୁଣି ଥରେ ଟିଭି ପରଦାରେ ନଜର ଆସିବେ ସୁନୀଲ୍ ଗ୍ରୋବର୍ । ହେଲେ ଦ କପିଲ୍ ଶର୍ମା ଶୋ’ରେ ନୁହେଁ, ବରଂ ଏକ ନୂଆ କାର୍ଯ୍ୟକ୍ରମରେ ।

ଏବେ ଦେଖିବାକୁ ରହିଛି ଆଗକୁ କଣ ହେବ କପିଲ ଶର୍ମା ଶୋ’ର ଭାଗ୍ୟ ? ଏହାପରେ କପିଲ ଶର୍ମା କଣ ନିଜ କାର୍ଯ୍ୟକ୍ରମରେ ନୂଆ କମେଡ଼ିଆନଙ୍କୁ ସୁଯୋଗ ଦେବାର ଯୋଜନା ରଖିଛନ୍ତି ? ତେବେ ଏଭଳି ଅନେକ ପ୍ରଶ୍ନ ଉଠୁଛି ଏବେ ପ୍ରଶଂସକ ମହଲରେ । ସିନେ ସମୀକ୍ଷକଙ୍କ ମତ ଅନୁଯାୟୀ ସୁନୀଲ ଗ୍ରୋବରଙ୍କୁ ଛାଡ଼ିବା ମହଙ୍ଗା ପଡ଼ିପାରେ କପିଲ ଶର୍ମାଙ୍କୁ ।

ଏଠାରେ ଆମେ କହି ରଖୁଛୁ କି, ପୂର୍ବରୁ ମଧ୍ୟ ସୁନୀଲ୍ ଗ୍ରୋବର୍ ନିଜର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ସାରିଛନ୍ତି । ଯାହା ବିଫଳ ହୋଇଥିଲା । ତେବେ ଏଥର କଣ ସୁନୀଲଙ୍କ ଶୋ’ ସଫଳ ହେବ ନା ସୁନୀଲ ପୁଣି ଥରେ କପିଲ୍ ଶର୍ମାଙ୍କ ଶୋ’ରେ ଫେରିବେ? ସେ କଥା ସମୟ କହିବ ।