ବିବାହ କରିବେ କମେଡି କିଙ୍ଗ୍ କପିଲ ଶର୍ମା ! ସୋସିଆଲ ମିଡିଆରେ ଏନେଇ କଲେ ମହାଖୁଲାସା

57

କମେଡି କିଙ୍ଗ୍ କପିଲ ଶର୍ମା ନିଜ ପ୍ରେମ ସଂପର୍କକୁ ନେଇ ଖୁଲାସା କରିଛନ୍ତି । କପିଲ ଏହାକୁ ସୋସିଆଲ ମିଡିଆ ଜରିଆରେ ନିଜ ଫ୍ୟାନମାନଙ୍କୁ ଜଣାଇବା ସହ ପ୍ରେମିକା ଗିନ୍ନିଙ୍କ ସହ ମଧ୍ୟ ପରିଚୟ କରାଇଛନ୍ତି । ତେବେ ଗିନ୍ନିଙ୍କ ପ୍ରକୃତ ନାଁ ହେଲା ଭବନିତ୍ ଚତର୍ଥ ଏବଂ ସେ ଜଲନ୍ଦରରେ ରୁହନ୍ତି ।

ଶୁଣିବାକୁ ମିଳିଛି, କପିଲ ଏବଂ ଗିନ୍ନି ପରମ୍ପରକୁ କଲେଜ ସମୟରୁ ହିଁ ଜାଣିଛନ୍ତି । ଆଉ ଦୁହେଁ ମିଶି ଏକ ଶୋ’ ମଧ୍ୟ କରିଥିଲେ ଯାହାର ନାଁ ଥିଲା ‘ହସ ବଲିଏ’ । ତେବେ ଏହି ଶୋ’ଜରିଆରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ବର୍ତ୍ତମାନ ଗିନ୍ନି ତାଙ୍କ ବାପାଙ୍କ କାରବାର ସମ୍ଭାଳୁଛନ୍ତି । ମିଳିଥିବା ସୂଚନା ଅନୁସାରେ କପିଲଙ୍କ ସହ ବିବାହ କରିବା ପରେ ସେ ମୁମ୍ବାଇରେ ସିଫ୍ଟ କରିବା ସହ କପିଲଙ୍କ ପ୍ରଡକ୍ସନ ହାଉସର ମଧ୍ୟ ଦେଖାଶୁଣା କରିବେ ।

ତେବେ କିଛି ଦିନ ପୂର୍ବରୁ ମଧ୍ୟ ଶୁଣିବାକୁ ମିଳିଥିଲା କି, କପିଲ ତାଙ୍କ ଶୋ’ର ୩୬ ଏପିସୋଡ୍ ପୁରଣ ହେବା ପରେ ପରେ ହିଁ ଗିନ୍ନିଙ୍କ ସହ ବିବାହ କରିଥାନ୍ତେ ମାତ୍ର ଏହି ସମୟ ବିତି ଯାଇଥିଲେ ମଧ୍ୟ କପିଲ ଏବଂ ଗିନ୍ନିଙ୍କ ବିବାହକୁ ନେଇ କୌଣସି ସିଗନାଲ ଦେଖିବାକୁ ମିଳି ନଥିଲା ତେବେ ଦେଖାଯାଉ କପିଲଙ୍କ ବିବାହ ଲଗ୍ନ ବାହାରୁଛି କେବେ ?