‘ବାହୁବଳୀ-ଟୁ’ର ନାୟିକାଙ୍କ ପ୍ରେମ ସଂପର୍କ ଉପରୁ ଉଠିଲା ପରଦା ! ରିୟଲ ଲାଇଫରେ ମଧ୍ୟ ପ୍ରଭାସଙ୍କ ସହ ଚାଲିଥିଲା ଲଭ୍ ଆଫାୟର୍ସ

114

‘ବାହୁବଳୀ-ଟୁ’ରେ ପ୍ରଭାସ ତଥା ବାହୁବଳୀର ପତ୍ନୀ ସାଜିଥିବା ନାୟିକା ଅନୁଷ୍କା ସେଠୀ ୨୦୦୫ରେ ତେଲୁଗୁ ସିନେମା ‘ସୁପର’ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ପରେ ନିଜ ସୁନ୍ଦର ଅଭିନୟ ପ୍ରତିଭା ବଳରେ ଦକ୍ଷିଣ ସିନେମା ଜଗତରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସେ ହୋଇଥିଲେ ସଫଳ ।

ତେବେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ପାଦ ଦେବାର ମାତ୍ର କିଛି ଦିନ ପରେ ତାଙ୍କର ଲଭ ଆଫାୟରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଥିଲେ ଅନୁଷ୍କା । ଅର୍ଥାତ୍ ସିନେମାରେ କାମ କରିବା ଅବସରରେ ତାଙ୍କର ‘ବାହୁବଳୀ’ର ନାୟକ ତଥା ପ୍ରଭାସଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା ଏବଂ ଦୁହିଁଙ୍କ ରୋମାନ୍ସ କଥାକୁ ନେଇ ଧିରେ ଧିରେ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଦୁହେଁ ଏହାକୁ ଅସ୍ୱୀକାର କରିଥିବାର କଥା ଶୁଣିବାକୁ ମିଳିଛି ।

ତେବେ ‘ବାହୁବଳୀ’ର ପ୍ରଥମ ଭାଗରେ ତମନ୍ନା ବାହୁବଳୀର ପ୍ରେମିକା ଭୂମିକାରେ ନଜର ଆସିଥିବାବେଳେ ଅନୁଷ୍କା ବାହୁବଳୀର ମାଆ ଭୂମିକାରେ ନଜର ଆସିଥିଲେ । କିନ୍ତୁ ରିୟଲ ଲାଇଫରେ ଅନୁଷ୍କା ପ୍ରଭାସଙ୍କ ପ୍ରେମିକା ରହି ଆସିଛନ୍ତି । ତେବେ ସାଉଥ୍ ଇଣ୍ଡଷ୍ଟ୍ରିରେ ପ୍ରଭାସ ଏବଂ ଅନୁଷ୍କାଙ୍କ ପ୍ରେମ ସଂପର୍କର ଚର୍ଚ୍ଚା ବହୁତ ପୁରୁଣା ହୋଇଗଲାଣି । ଏବେ ‘ବାହୁବଳୀ-ଟୁ’ରେ ସେ ବାହୁବଳୀର ପତ୍ନୀ ଭୂମିକରେ ନଜର ଆସିଛନ୍ତି । କାରଣ ଦ୍ୱିତୀୟ ଭାଗରେ ପ୍ରଥମ ଭାଗର କାହାଣୀ ଦେଖିବାକୁ ପାଇବେ ଦର୍ଶକେ । ତେବେ ପ୍ରଭାସ ଏବଂ ଅନୁଷ୍କା ଅଭିନିତ ଅନେକ ସିନେମା ମଧ୍ୟ ରହିଛି ।