ପୁରୁଷଙ୍କ ଭଳି ମହିଳାଙ୍କୁ ବି ସେନାରେ ମିଳିବ ସମାନ ଅଧିକାର । ସେନାରେ ମହିଳାଙ୍କ ପାଇଁ ଲାଗୁ ହେବ ସ୍ଥାୟୀ କମିସନ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ ।

151

କନକ ବ୍ୟୁରୋ : ସେନାରେ ମହିଳାଙ୍କ ପାଇଁ ସ୍ଥାପନ ହେବ ସ୍ଥାୟୀ କମିଶନ । ସବୁବେଳେ ସବୁ ସ୍ଥାନରେ ମହିଳାଙ୍କ ସମାନ ଅଧିକାର ରହିବା ଜରୁରୀ । ସ୍ଥଳ ସେନାରେ ମଧ୍ୟ ପୁରୁଷଙ୍କ ଭଳି ମହିଳାଙ୍କୁ ସମାନ ଅଧିକାର ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ମହିଳା କମିଶନ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏବଂ ଏହି ନିଷ୍ପତି ଲାଗୁ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ୩ମାସର ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ତାଙ୍କ ମାନସିକତାରେ ପରବର୍ତ୍ତନ କରିବା ଆବଶ୍ୟକ । ତେବେ ପୂର୍ବରୁ ଅର୍ଥାତ୍ ୨୦୧୦ରେ ସ୍ଥଳ ସେନାରେ ମହିଳା କମିଶନ ପ୍ରସ୍ତାବ ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ କେନ୍ଦ୍ର ସରକାର ।