ହାରିଗଲେ ଦୁଇ ଭଉଣୀ : ଜାପାନୀ ଜ୍ୱରରେ ୫୪ରେ ପହଂଚିଲା ମୃତ୍ୟୁ ସଂଖ୍ୟା

17

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖାଲି ହୋଇ ଚାଲିଛି ଆଦିବାସୀ ମା’ଙ୍କ କୋଳ । ଆଜି ପୁଣି ଦୁଇ ଶିଶୁ ଜାପାନୀ ଜ୍ୱରରେ ପ୍ରାଣ ହରାଇ ଥିବାବେଳେ ଗୋଟିଏ ପରିବାରର ଦୁଇ ଶିଶୁଙ୍କ ମୃତ୍ୟୁ ଘଟଣା ଏବେ ସାରା ମାଲକାନଗିରି ଜିଲ୍ଲାକୁ ସ୍ତବ୍ଧ କରି ଦେଇଛି । ସେପଟେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରସଙ୍ଗ କରିଛି କଂଗ୍ରେସ୍ । ପି.ସି.ସି. ସଭାପତି ଓ କଂଗ୍ରେସ ନେତା ପ୍ରଦୀପ ମାଝୀ ମୃତ ଶିଶୁଙ୍କ ପରିବାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣଙ୍କ ନାଁ ରେ ଥାନା ଏତଲା ଦେଇଛନ୍ତି ।

ଏବେ ପ୍ରାର୍ଥନା ବି ଆଉ କାମ ଦେଉ ନାହିଁ । ଲାଗୁଛି ଭଗବାନ ବି ମୁହଁ ଫେରାଇ ନେଇଛନ୍ତି ମାଲକାନଗିରି ଜିଲ୍ଲାର କୁନି କୁନି ନିଷ୍ପାପ ଶିଶୁଙ୍କ ଉପରୁ । ନିଜ ଦୁଇ ଝିଅର ଶବକୁ କାଖେଇ କାନ୍ଦୁଛନ୍ତି ବାପା ମା ଓ ମାଉସୀ । ଗତକାଲି ୭ବର୍ଷର ରେବିକା ପ୍ରାଣ ହରାଇଥିବା ବେଳେ ଆଜି ସାନ ଭଉଣୀ ଜୟନ୍ତି ଜୀବନ ହାରି ଦେଇଛନ୍ତି ।

୩୫ ଦିନରେ ମୃତ୍ୟୁ ସଖ୍ୟା ୫୪ ଟପିଛି । ସେପଟେ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ସରକାର ଉଦ୍ୟମ ଆରମ୍ଭ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଦୁଇ ଦିନ ହେଲା ପି.ସି.ସି ସଭାପତି ପ୍ରସାଦ ହରିଚନ୍ଦନ ମାଲକାନଗିରିରେ ପକାଇଛନ୍ତି ଡେରା । ଏପରିକି ପ୍ରସାଦ ଓ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ମାଲକାନଗିରି ଥାନାରେ ମାମଲା ରୁଜ୍ଜୁ ହୋଇଛି । ଏତଲାରେ ରହିଛି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସମେତ ୫ ଜଣଙ୍କ ନାଁ ।