ଜାପାନୀ ଏନସେଫାଲାଇଟିସ ନେଉଛି କଅଁଳ ମୁଣ୍ଡ : ଆଜି ଆଉ ୫ଶିଶୁଙ୍କ ମୃତ୍ୟୁ ପରେ ୩୫ରେ ପହଂଚିଲା ମୃତ୍ୟୁ ସଂଖ୍ୟା

32

କନକ ବ୍ୟୁରୋ : ମାରାତ୍ମକ ଜାପାନୀ ଏନସେଫାଲାଇଟିସ ରୋଗରେ ବଢିଚାଲିଛି ଶିଶୁ ମୃତ୍ୟୁ ସଂଖ୍ୟା । ଆଜି ପୁଣି ୫ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହାସହ ୨୭ଦିନରେ ୩୫ରେ ପହଂଚିଛି ଶିଶୁ ମୃତ୍ୟୁ ସଂଖ୍ୟା ।

ଗତକାଲି ଜାପାନୀ ଏନସେଫାଲାଇଟିସ ରୋଗରେ ୩ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । କଂଗ୍ରେସ ନେତା ପ୍ରଦୀପ ମାଝି ମୃତ ଶିଶୁଙ୍କ ଶବକୁ ନେଇ ଜିଲ୍ଲାପାଳ ଅଫିସରେ ପହଂଚିଛନ୍ତି । ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଏନସେଫାଲାଇଟିସ ଭେକସିନ୍ ଯୋଗାଇବାରେ ବିଫଳ ହେବାପରେ କେନ୍ଦ୍ର ଉପରେ ଦୋଷ ଲଦି ଚୁପ୍ ବସିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –