ଦୈନିକ କେତେ ଘଣ୍ଟା ଶୋଇବା ଉଚିତ୍ ! ଆସନ୍ତୁ ଜାଣିବା . . . .

89

ଦୈନନ୍ଦିନ ଜୀବନରେ ବ୍ୟସ୍ତତା ଭିତରେ ସବୁ କାମ ଠିକଠାକ୍ କରିବା ପାଇଁ ଆମେ ଚେଷ୍ଟା କରୁ ।  ବିଶେଷ କରି ଖାଇବାପିଇବା ଓ ଶୋଇବା ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଥାନ୍ତି । କାରଣ କାମର ବୋଝ ଏତେ ରହିଥାଏ ଯେ, ଏସବୁ ପାଇଁ ବହୁତ କମ୍ ସମୟ ମିଳେ । ପୌଷ୍ଟିକ ଖାଦ୍ୟ ସହିତ ନିଦ ଶରୀର ପାଇଁ ବହୁତ ଆବଶ୍ୟକ । କିନ୍ତୁ ଯୁବପୀଢ଼ିଙ୍କ ପାଇଁ ଏହା ଏକ ବଡ ସମସ୍ୟା । କାହିଁକି ନା ସେମାନେ ରାତିରେ ଠିକ୍ ରେ ଶୁଅନ୍ତି ନାହିଁ । ଗାଜେଟର ଅଭ୍ୟାସ ହଉ କି ରାତିସାରା ବୁଲିବା ହେଉ ଠିକରେ ଶୁଅନ୍ତି ନାହିଁ ଯୁବପୀଢ଼ି । ସେଥିପାଇଁ ଆଜିକାଲି ପ୍ରାୟ ସମସ୍ତେ ନିଦ ନଆସିବାର ରୋଗରେ ପୀଡିତ । କାହିଁକିନା ଖାଇଲେ ଯେମିତି ଶକ୍ତି ମିଳେ,ଶୋଇଲେ ମଧ୍ୟ ସେଭଳି ଶକ୍ତି ମିଳିଥାଏ । ତେବେ ଭଲ ଭାବରେ ନଶୋଇଲେ ଆମର ବହୁତ କ୍ଷତି ହୋଇଥାଏ । ଭୋକ କମ୍ ହୋଇଥାଏ ଏବଂ ଯାହା ଖାଇଲେ ଠିକ୍ ଭାବରେ ହଜମ ହୋଇନଥାଏ । ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟେକ ଦିନ ୭ ରୁ ୮ ଘଣ୍ଟା ଶୋଇବା ଦରକାର ।

ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ଶୋଇଲେ ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇଥାଏ । ନବଜାତ ଶିଶୁ ପାଇଁ ୧୪ ରୁ ୧୫ ଘଣ୍ଟା ଶୋଇବା ଦରକାର । ଏକରୁ ତିନି ବର୍ଷ ଶିଶୁ ଦିନରେ ୧୨ ରୁ ୧୪ ଘଣ୍ଟା ଶୋଇବା ଉଚିତ୍ । ତିନିରୁ ଛଅ ବର୍ଷ ଶିଶୁପାଇଁ ୧୧ ରୁ ୧୩ ଘଣ୍ଟା ଶୋଇବା ଦରକାର । ଛଅ ରୁ ୧୦ ବର୍ଷ ଶିଶୁଙ୍କ ପାଇଁ ୧୦ ରୁ ୧୧ ଘଣ୍ଟା ଶୋଇବା ଦରକାର । ଏହା ତାଙ୍କର ଶାରୀରିକ ଏବଂ ମାନସିକ ଉନ୍ନତି ପାଇଁ ଆବଶ୍ୟକ । କିଶୋରାବସ୍ଥା ବା ୧୧ ରୁ ଅଧିକ ୧୮ ବର୍ଷ ପାଇଁ ୯ ଘଣ୍ଟା ଶୋଇବା ଦରକାର । ୧୮ ବର୍ଷରୁ ଅଧିକ ଲୋକଙ୍କର ୮ ଘଣ୍ଟା ଶୋଇବା ଉଚିତ୍ ।