ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ନୂଆ ମୋଡ : ଭଇଁସା କଲେଜର ଇଂରାଜୀ ଅଧ୍ୟାପକ ଗିରଫ, ଅଧ୍ୟାପକଙ୍କ ଘରୁ ମିଳିଥିଲା ଅଧବ୍ୟାଗ ବାରୁଦ ଓ ବୋମା
କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦାଫାସ । ମିଳିଥିବା ସୂଚନା ଅନୁସାରେ, ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେରକୁ ଗିରଫ କରିଛି କ୍ରାଇମବ୍ରାଂଚ । ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ବି ଗିରଫ କରିବ । ଅଧ୍ୟକ୍ଷ ପଦବୀକୁ ନେଇ ଷଡଯନ୍ତ୍ର କରିଥିଲେ ପୁଞ୍ଜିଲାଲ । ଏକ ଅଜଣା ଚିଠିରୁ ବଲାଙ୍ଗୀର ପୋଲିସକୁ ଏନେଇ ସୁରାଗ ମିଳିଥିବା ଜଣାପଡିଛି । ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେରଙ୍କ ସହଯୋଗୀଙ୍କୁ ଖୋଜୁଛି ପୋଲିସ । ଅଧ୍ୟାପକଙ୍କ ଘରୁ ପୁଲିସ ଅଧ ବ୍ୟାଗ ବାରୁଦ ଜବତ କରିଥିିଲା । ଆଜି ପ୍ରେସମିଟରେ ବିସ୍ତୃତ ସୂଚନା ଦେବେ କ୍ରାଇମବ୍ରାଂଚ ଆଇଜି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତକାଲି ମେହେରପଡାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଇଥିଲା କ୍ରାଇମବ୍ରାଂଚ ପୋଲିସ । ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଜେରା କରିଥିଲେ କ୍ରାଇମବ୍ରାଂଚ ଅଧିକାରୀ । ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ପୋଲିସ କୌଣସି ସୂଚନା ଦେଉନଥିଲେ ବି ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଧ୍ୟାପକଙ୍କ ସଂପୃକ୍ତି ସନ୍ଦେହରେ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା ତଦନ୍ତକାରୀ ଟିମ୍ ।
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ତନାଘନା କରିଥିଲା । କୋରିୟର ପହଂଚାଇଥିବା କୋରିୟର ବୟ ସହ ସଂପୃକ୍ତ ସଂସ୍ଥାର ମାଲିକକୁ ମଧ୍ୟ ଉଠାଇ ନେଇଥିଲା କ୍ରାଇମବ୍ରାଂଚ୍ । ସେମାନଙ୍କୁ ପଚରା ଉଚରା କରିଥିଲା। ଏହି ମାମଲାରେ ଗତକାଲି ପାଟଣାଗଡା ମେହେରପଡାରୁ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଂଚ । ମୃତ ସୌମ୍ୟ ଶେଖରଙ୍କ ମା’ ମଧ୍ୟ ଭଇଁସା କଲେଜର ଅଧ୍ୟାପିକା ଅଛନ୍ତି ।
ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ଅଂଚଳରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ । ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ ଘରେ ପହଁଚିଥିଲା ଏକ ଗିଫ୍ଟ ପାର୍ସଲ । ଏହାକୁ ଖୋଲିବା ପରେ ଘଟିଥିଲା ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ ପ୍ରାଣ ହରାଇଥିଲେ । ରୀମା ଗୁରୁତର ହୋଇ ଏସସିବିରେ ଭର୍ତ୍ତି ହୋଇଥିଲେ । ଇତିମଧ୍ୟରେ ରିମାଙ୍କ ଏସସିବିରୁ ଡିସଚାର୍ଜ କରିଦିଆଇଛି । ଘଟଣାକୁ ପାଖାପାଖି ଦୁଇମାସ ବିତିଯାଇଥିଲେ ବି ଘଟଣା ଉପରୁ ପରଦା ହଟି ପାରିନାହିଁ ।