କାଲି ଇଂଲଣ୍ଡ-ଭାରତ ମହା ମୁକାବିଲା ! ପ୍ରଥମ ଥର ପାଇଁ ଅରେଞ୍ଜ ଜର୍ସିରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, ସୁପର ସଣ୍ଡେରେ ହେବ ସୁପର ଫାଇଟ୍ ।

220

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱକପରେ ହେବ ବଡ ଟକ୍କର । ଆୟୋଜକ ଇଂଲଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଚଳିତ ବିଶ୍ୱକପରେ ସେମି ଫାଇନାଲରୁ ଗୋଟିଏ ପାଦ ପଛରେ ରହିଛି ବିରାଟ ବାହିନୀ । ଅର୍ଥାତ୍ ବିଶ୍ୱକପରେ ଆଉ ଗୋଟିଏ ବିଜୟ ପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ଭାରତ । ଆଉ ଏହି ଟାର୍ଗେଟ୍ ନେଇ କାଲି ମଇଦାନକୁ ଓହ୍ଲାଇବ ଦଳ । ସେପଟେ ସଙ୍କଟରେ ପଡିଥିବା ଇଂଲଣ୍ଡ ମଧ୍ୟ କାଲିର ମ୍ୟାଚ୍ ଜିତି ସେମିଫାଇନାଲ ଆଶାକୁ ଉଜ୍ଜିବୀତ ରଖିବ । ଅପରାହ୍ନ ୩ଟାରେ ଇଂଲଣ୍ଡର ଏଜବାଷ୍ଟନରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ ।

ପ୍ରଥମଥର ପାଇଁ ଆସନ୍ତାକାଲି ଅରେଞ୍ଜ ଜର୍ସିରେ କ୍ରିକେଟ୍ ମଇଦାନକୁ ଓହ୍ଲାଇବାକୁ ଯାଉଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ବିଜୟ ଅଭିଯାନ ଜାରି ରଖିଛି ଟିମ୍ ଇଣ୍ଡିଆ । ୬ଟି ମ୍ୟାଚରୁ ୫ଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ବିରାଟ ବାହିନୀ । ଆଉ ଏସବୁ ଭିତରେ ଆସନ୍ତାକାଲି ଆୟୋଜକ ଇଂଲଣ୍ଡକୁ ଭେଟିବାକୁ ଯାଉଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ନିଜର ବିଜୟ ଧାରା ଜାରି ରଖିବା ସହ ସେମିଫାଇନାଲ ଟିକେଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି କୋହଲି ଆଣ୍ଡ କୋ । ତେବେ ଇଂଲଣ୍ଡ ବିପକ୍ଷରେ ନୂଆ ଲୁକରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରବିବାରର ହାଇଭୋଲଟେଜ ମୁକାବିଲାରେ କମଳା ରଙ୍ଗର ଜର୍ସିରେ ନଜର ଆସିବ ଭାରତ ।