ସାଇ ଇଂଟରନ୍ୟାସନାଲ ସ୍କୁଲ ପିଲାଙ୍କୁ ଟିପ୍ସ ଦେଲେ ଇଂଲଣ୍ଡ ହକି ଟିମ୍ !

117

କନକ ବ୍ୟୁରୋ : ସାରା ଓଡିଶାରେ ହକି ଏବେ ଫିବର । ହକିର ପ୍ରମୋସନ ପାଇଁ ଚାଲିଛି ପ୍ରଚାର ଓ ପ୍ରସାର । ଆଉ ଏପଟେ ସାଇ ଇଂଟରନ୍ୟାସନାଲ ସ୍କୁଲ ପିଲାଙ୍କୁ ହକିର ତାଲିମ ଦେଲେ ଇଂଲଣ୍ଡ ଟିମ୍ । ସାଇ ଇଂଟରନ୍ୟାସନାଲ ସ୍କୁଲର କ୍ୟାମ୍ପସରେ ଆଜି ପହଂଚିଥିଲେ ଇଂଲଣ୍ଡ୍ ଟିମ୍ । ଟିମର କ୍ୟାପଟେନ୍ ଜର୍ଜ ପିନର ଓ ଅନ୍ୟମାନେ ପିଲାଙ୍କ ସହ କ୍ୱିଜ୍ ପ୍ରତିଯୋଗିତା କରି ମଜା ଉଠାଇବା ସହ ଉପହାର ଦେଇଥିଲେ । ସେଠାରେ ସ୍କୁଲ ପିଲାମାନେ ଓଡ଼ିଶୀ ନୃତ୍ୟ କରି ଟିମକୁ ସ୍ୱାଗତ କରିଥିଲେ ।

ଏଥିସହ ସ୍କୁଲର ପିଲାଙ୍କୁ ହକିର ଟିପ୍ସ ବତାଇଥିଲେ । ଏହି ପିଲାଙ୍କ ପକ୍ଷରୁ ଖେଳାଳିମାନଙ୍କୁ ସ୍ୱାଗତ ଜଣାଇ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସ୍କୁଲର ପ୍ରିନସିପାଲ ହରିଶ ସାନ୍ଦୁଜା, ବ୍ରିଟିଶ୍ ଡେପୁଟି ହାଇକମିଶନର ସହିଦା ଖାନ୍ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।