ହୋମଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଲା ଇଂଲଣ୍ଡ । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ମୋର୍ଗାନ ବାହିନୀ ।

145

ହୋମଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜକୁ ମାତ୍ ଦେଲା ଇଂଲଣ୍ଡ । ଜୋଏ ରୁଟଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଶୁକ୍ରବାର ଇଂଲଣ୍ଡ ୮ ଓ୍ଵିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଆଇସିସିର ୧୯ତମ ମ୍ୟାଚରେ ଇଂଲଣ୍ଡ ୨୧୩ ରନ୍ ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା। ଜୋଏ ରୁଟ୍ ଅପରାଜିତ ଶତକ ବଳରେ ବେଶ ସହଜରେ ଏହି ମ୍ୟାଚକୁ ଜିତି ନେଇଥିଲା ଇଂଲଣ୍ଡ । ଏହାପୂର୍ବରୁ ରୁଟ୍ ଜବରଦସ୍ତ ବୋଲିଂ କରିବା ସହ ୫ ଓଭରରେ ୨୭ ରନ ବ୍ୟୟ କରି ୨ଟି ୱିକେଟ ହାତେଇଥିଲେ ।

ଏହାପୂର୍ବରୁ ଇଂଲଣ୍ଡ ଟସ ଜିତିବା ସହ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଆଉ ଅଧିନାୟକଙ୍କ ନିଷ୍ପତିକୁ ସଠିକ୍ ପ୍ରମାଣିତ କରିଥିଲେ ଇଂଲଣ୍ଡ ବୋଲର । ଜୋଫ୍ରା ଆର୍ଚ୍ଚର ଓ ମାର୍କ ଉଡଙ୍କ ଘାତକ ବୋଲିଂ ଯୋଗୁଁ ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ମାତ୍ର ୨୧୨ ରନରେ ଅଲଆଉଟ୍ ହୋଇଥିଲା। ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୁରନ ସର୍ବାଧିକ ୬୩ ରନ କରିଥିଲେ । ସେହିଭଳି କ୍ରିସ ଗେଲ ୪୧ଟି ବଲରେ ୩୬ ରନ କରିଥିଲେ ମଧ୍ୟ ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ତେବେ ଶେଷ ଆଡକୁ ଆନ୍ଦ୍ରେ ରସେଲ ଦ୍ରୁତ ଇନିଂସ ଖେଳିବାରୁ ଦଳ ୨୦୦ ରନ୍ ପାର କରିଥିଲା । ଜୋର୍ଫା ଆର୍ଚର ସର୍ବାଧିକ ୩ଟି ୱିକେଟ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଆଉ ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।