ନିଜ ଦେଶର ରୋଷେୟାଙ୍କୁ ଧରି ଓଡିଶାରେ ପହଞ୍ଚିବ ଇଂଲଣ୍ଡ ହକି ଟିମ୍ । ମେ’ ଫେୟାରରେ ରହିବେ, ସ୍ମୋଗ କାଫେରେ ଖାଇବେ

556

କନକ ବ୍ୟୁରୋ : ତାରକା ହୋଟେଲରେ ରହିବେ, ହେଲେ ବାହାର ରେଷ୍ଟୁରାଣ୍ଟରେ ଖାଇବେ । ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ଥିବା ଇଂଲଣ୍ଡ ଟିମର ଖେଳାଳିଙ୍କ ଖାଇବା ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଇଂଲଣ୍ଡ ଖେଳାଳିଙ୍କ ପାଇଁ ରହଣି ଓ ଭୋଜନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି । ଇଂଲଣ୍ଡ ଟିମ୍ ହୋଟେଲ ମେ ଫେୟାରରେ ରହିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ସ୍ମୋଗ ରେଷ୍ଟ୍ରୋ କାଫେରେ ପ୍ରସ୍ତୁତ ହେବ ଇଂଲଣ୍ଡ ଖେଳାଳିଙ୍କ ପାଇଁ ଖାଦ୍ୟ ।

ଖେଳାଳିଙ୍କ ପାଇଁ ଭୁବନେଶ୍ୱର ଆସିବେ ଇଂଲଣ୍ଡର ରୋଷେୟା । ସ୍ମୋଗ କାଫେର ଦୁଇ ରୋଷେୟା ଇଂଲଣ୍ଡ ରୋଷେୟାଙ୍କୁ ସହଯୋଗ କରିବେ । ପୂର୍ବରୁ ନିଜସ୍ୱ ରୋଷେଇ ବନ୍ଦାବସ୍ତ ପାଇଁ ହକି ଇଣ୍ଡିଆକୁ ଅବଗତ କରିଥିଲା ଇଂଲଣ୍ଡ । ଆଉ ହକି ଇଣ୍ଡିଆ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରି ନେଇଥିଲା । ତେବେ କେଉଁ କାରଣରୁ ଇଂଲଣ୍ଡ ଟିମ୍ ସ୍ମୋଗ କାଫେରେ ଖାଇବାକୁ ସ୍ଥିର କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଏସବୁ ଭିତରେ କିନ୍ତୁ ଚୀନ ଖେଳାଳି ଓଡିଶା ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରିଛନ୍ତି । ଲଞ୍ଚରେ ଚାଇନିଜ ଫୁଡ ସହ ଭାରତୀୟ ଖାଦ୍ୟ ଥିବା ବେଳେ ପ୍ଲେଟରେ ରହିଥିଲା ଛେନାପୋଡ । ଯାହାକୁ ଖାଇ ବେଶ ଖୁସି ହୋଇଥିଲେ ଚୀନର ଖେଳାଳି ।