ଆଇସିସି ଚଂପିୟାନସ ଟ୍ରଫିର ଉଦଘାଟନୀ ମ୍ୟାଚରେ ବାଂଲାଦେଶକୁ ହରାଇଲା ଇଂଲଣ୍ଡ ! ଆଜି ଅଷ୍ଟ୍ରେଲିିଆ- ନ୍ୟୁଜିଲାଣ୍ଡ ମଧ୍ୟରେ କଡା ମୁକାବିଲା

26

କନକ ବ୍ୟୁରୋ : ଆଇସିସି ଚାଂପିୟାନସ ଟ୍ରଫିର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ ବାଂଲାଦେଶକୁ ୮ ଉଇକେଟରେ ହରାଇଦେଇଛି । ଇଂଲଣ୍ଡ ବାଂଲାଦେଶକୁ ହରାଇ ଏହାର ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୩୦୬ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ।

ଏହାର ଜବାବରେ ଇଂଲଣ୍ଡ ମାତ୍ର ୨ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିନେଇଥିଲା । ସେହିପରି ଆଜି ଲଣ୍ଡନଠାରେ ଅଷ୍ଟ୍ରେଲିିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ଏଥର କ୍ରିଜେଟ ପ୍ରେମୀଙ୍କ ପ୍ରିୟ ଦଳ ରହିଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିବ ।