ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଶୃଙ୍ଖଳା ବରାବର କରିବାକୁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

37

ଆଜିଠାରୁ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଶୃଙ୍ଖଳା ବରାବର କରିବାକୁ ଲଢିବ କୋହଲି ବାହିନୀ । ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠାରୁ ସାଉଥମ୍ପଟନରେ ଆରମ୍ଭ ହେବ ଚତୁର୍ଥ ଟେଷ୍ଟ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ପ୍ରଥମ ୨ଟି ଟେଷ୍ଟ ଜିତିଥିଲା ଘରୋଇ ଦଳ ଇଂଲଣ୍ଡ । ତେବେ କର ବା ମର ସ୍ଥିତିରେ ଥିବା ଭାରତ ତୃତୀୟ ଟେଷ୍ଟ ଜିତି ସିରିଜ୍କୁ ଫେରିଥିଲା । ଫଳରେ ଭାରତ ୧-୨ ରେ ପଛୁଆ ରହିଛି । ତେଣୁ ଏବେ ବି ଟିମ୍ ଇଣ୍ଡିଆ ପାଇଁ ବିପଦ ଟଳିନାହିଁ । କାରଣ ଚତୁର୍ଥ ଟେଷ୍ଟ ହାରିଗଲେ ଭାରତ ହାତରୁ ଶୃଙ୍ଖଳା ଚାଲିଯିବ । ଅନ୍ୟପକ୍ଷରେ ଏହି ମ୍ୟାଚ୍ ଜିତି ଇଂଲଣ୍ଡ ପଂଚମ ମ୍ୟାଚ୍ ପୂର୍ବରୁ ସିରିଜ୍ କବଜା କରିବାକୁ ଉଦ୍ୟମ କରିବ । ତେଣୁ ଏହି ଟେଷ୍ଟ ଜିତି ବରାବର କରିବାର ସୁଯୋଗକୁ ଭାରତ ହାତଛଡା କରିବାକୁ ଚାହିଁବନି । ଏଥିପାଇଁ ବୁଧବାର ଭାରତୀୟ ଦଳ ପୂରା ଦମରେ ଅଭ୍ୟାସ କରିଛି ।

ସେପଟେ ଘରୋଇ ଦଳ ଇଂଲଣ୍ଡ ଟିମ୍ ମଧ୍ୟ ସିରିଜ୍ କୁ ନିଜ କବଜାରେ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । କାରଣ ନଟିଂହାମ ଟେଷ୍ଟରେ ଇଂଲଣ୍ଡ ଦଳକୁ ପୁରା ଧରାଶାୟୀ କରି ବିଜୟ ହାସଲ କରିଥିଲା ଭାରତୀୟ ଟିମ୍ । ଯାହାଫଳରେ ଭାରତୀୟ ଟିମ୍ ର ମନବଳ ଦୃଢ଼ ରହିଛି । ବିରାଟ ବାହିନୀ ଏହି ବିଜୟ ଅଭିଯାନକୁ ବଜାୟ ରଖିବାକୁ ପଡିଆକୁ ଓହ୍ଲାଇବ ଭାରତ ।