୯,୯୬୯ ଦିନ ପରେ ବିଶ୍ୱକପ୍ ଫାଇନାଲରେ ପାଦ ରଖିଛି ଇଂଲଣ୍ଡ । ଆଜି ମ୍ୟାଚରେ ଇତିହାସ ରଚିପାରିବ କି କ୍ରିକେଟର ଜନକ ?

184

କନକ ବ୍ୟୁରୋ : କ୍ରିକେଟର ଜନକ ଇଂଲଣ୍ଡ ତିନିଥର ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି । ହେଲେ ପ୍ରତିଥର ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି । ଘରୋଇ ଇଂଲଣ୍ଡ ଦୀର୍ଘ ୨୭ ବର୍ଷ ପରେ ଆଜି ଫାଇନାଲ ମୁକାବିଲା ପାଇଁ ପୁଣି ଥରେ ମଇଦାନକୁ ଓହ୍ଲାଇବ । ଆଉ କିଛି ସମୟ ପରେ ଅର୍ଥାତ ଅପରାହ୍ନ ୩ଟାରେ ଲର୍ଡସଠାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ।

ତେବେ ଶେଷ ଥର ପାଇଁ ୧୯୯୨ରେ ବିଶ୍ୱକପ୍ ଫାଇନାଲ ଖେଳିଥିଲା ଇଂଲଣ୍ଡ । ଆଉ ଏହି ମ୍ୟାଚରେ ଦଳ ପାକିସ୍ତାନ ଠାରୁ ୨୨ ରନରେ ପରାଜିତ ହେବା ପରେ ବିଶ୍ୱକପ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା । ଏହା ପରଠାରୁ କୌଣସି ବିଶ୍ୱକପ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିପାରିନଥିଲା ଇଂଲଣ୍ଡ ।

ତେବେ ଆଜିର ହାଇଭୋଲଟେଜ୍ ମ୍ୟାଚ ପୂର୍ବରୁ କ୍ରିକେଟ୍ ୱାର୍ଲଡ କପ୍ ଟ୍ୱିଟର ଆକାଉଣ୍ଟରେ ଏକ ରୋଚକ ତଥ୍ୟ ଦିଆଯାଇଛି । ଟ୍ୱିଟରେ ଲେଖାଯାଇଛି, ୩୨୭ ମାସ, ୧୪୨୪ ସପ୍ତାହ, ୯,୯୬୯ ଦିନ, ୨,୩୯,୨୫୬ ଘଣ୍ଟା, ୧୪,୩୫୫,୩୬୦ ମିନିଟ୍ ଏବଂ ୮୬୧,୩୨୧,୬୦୦ ସେକେଣ୍ଡ ପରେ ଆଜି ପୁଣି ଥରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଟିମ୍ ଇଂଲଣ୍ଡ ।