କୁମ୍ଭମେଳାରେ ସାଧୁ ବନିଲେ ଇଞ୍ଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ ! ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୧୦ ହଜାର ଯୁବପିଢୀ ନେଲେ ନାଗା ଦୀକ୍ଷା ।

216

କନକ ବ୍ୟୁରୋ : ଚଳିତ ବର୍ଷ କୁମ୍ଭମେଳାରେ ୧୦ ହଜାରରୁ ଅଧିକ ଯୁବପିଢ଼ୀ ନାଗା ସାଧୁର ଦୀକ୍ଷା ନେଇଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ୀ ଇଂଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ । ଉଚ୍ଚଶିକ୍ଷିତ ଓ ଉଚ୍ଚବେତନ ପାଇଁ ସମାଜରେ ପ୍ରତିଷ୍ଠା ଲାଭ କରିବା ପରେ ମଧ୍ୟ ସବୁ କିଛିିକୁ ଛାଡ଼ି ସାଧୁ ବନିଛନ୍ତି ଏମାନେ ।

ଇଂଜିନିୟର ବନିଲେ ସାଧୁ  । ବାନ୍ଧି ପାରିଲାନି ଜୀବନର ମୋହ । ନିଜ ହାତରେ ନିଜ ପିଣ୍ଡଦାନ କରି ସାଧୁ ବନିଲେ ଯୁବପିଢ଼ୀ  । ସମାଜର କୌଣସି ବାଧାବିଘ୍ନ ସେମାନଙ୍କ ପାଇଁ ଏଣିକି ଅନ୍ତରାୟ ନୁହେଁ । ପରମସୁଖର ଅନ୍ୱେଷଣାରେ ସେମାନେ ଏବେ ପ୍ରଜ୍ଞାଭୀମୁଖୀ  । ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ୧୦ହଜାର ଯୁବପୀଢ଼ି ନାଗା ସାଧୁର ଦୀକ୍ଷା ନେଇଛନ୍ତି । ସାମାଜିକ ଜୀବନଯାପନ ଛାଡ଼ି ସାଧୁ ସନ୍ନ୍ୟାାସୀ ହୋଇଛନ୍ତି ଏମାନେ । ଚଳିତ ବର୍ଷ କୁମ୍ଭମେଳାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାତି ତମାମ ଚାଲିଥିବା ଅଗ୍ନିପୂଜା ପରେ ପ୍ରାଚୀନ ପରମ୍ପରା ଅନୁସାରେ ସାଧୁ ବନିଥିଲେ ଏହି ୧୦ ହଜାର ଯୁବପିଢ଼ୀ ।

ସବୁଠାରୁ ଆଶ୍ଚର୍ଯ୍ୟ କରିବା ଘଟଣା ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବପିଢ଼ୀ ଇଂଜିନିୟର ଏବଂ ଏମବିଏ ଡ଼ିଗ୍ରୀଧାରୀ ଯୁବକ । ଉଚ୍ଚଶିକ୍ଷିତ ଓ ଉଚ୍ଚବେତନ ପାଇଁ ସମାଜରେ ପ୍ରତିଷ୍ଠା ଲାଭ କରିବା ପରେ ମଧ୍ୟ ସବୁ କିଛିିକୁ ଛାଡ଼ି ସାଧୁ ବନିଛନ୍ତି ଏମାନେ । ଖାଲି ଏତିକି ନୁହେଁ ଏହି ଯୁବପିଢ଼ୀଙ୍କ ମଧ୍ୟରେ ଅନେକ ଗ୍ରାଜୁଏଟ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ନିଜ ବିଭାଗରେ ସୂର୍ଣ୍ଣପଦକ ହାସଲ କରିଛନ୍ତି । ଜୁନା ଆଖଡ଼ାର ଚିଫ ଗଭର୍ଣ୍ଣରଙ୍କ ଜେନେରାଲ ସେକ୍ରେଟେରୀ ମହନ୍ତ ହରି ଗିରି କହିଛନ୍ତି ଦୀକ୍ଷା ସମାରୋହ କେବଳ କୁମ୍ଭମେଳାରେ କରାଯାଏ । ଏଥିରେ ହଜାର ହଜାର ଲୋକ ସାଧୁ ଦୀକ୍ଷା ନେଇଥାନ୍ତି ।