ସଫେଇକର୍ମୀ ପଦବୀ ପାଇଁ ବାହାରିଲା ନିଯୁକ୍ତି : ଆବେଦନ କଲେ ଇଂଜିନିୟର ଓ ଏମବିଏ ଡିଗ୍ରୀଧାରୀ

331

ଯୋଗ୍ୟତା ଅଧିକ ହେଲେ ଚାକିରୀ ନାହିଁ । ଲୋକଙ୍କୁ ଯେଉଁ ଚାକିରୀ ମିଳୁଛି, ତାହା ତାଙ୍କ ଯୋଗ୍ୟତା ତଳେ ଥିଲେ ବି ନିଯୁକ୍ତି ଅଭାବରୁ ସେହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାଁନ୍ତି । ଦେଶରେ ବେକାରୀ ସମସ୍ୟା କେତେ ବଡ ତାମିଲନାଡୁରେ ବାହାରିଥିବା ସଫେଇକର୍ମୀ ଓ ସାନିଟାରୀ ୱାର୍କର୍ସଙ୍କ ନିଯୁକ୍ତିରୁ ଜଣାପଡୁଛି । ତାମିଲନାଡୁ ବିଧାନସଭା ସଚିବାଳୟରେ ସଫେଇକର୍ମୀ ଓ ସାନିଟାରୀ ୱାର୍କର୍ସଙ୍କ ପାଇଁ ମୋଟ୍ ୧୪ଟି ପଦବୀ ଖାଲି ପଡିଛି । ଏହି ପଦବୀରେ ଭର୍ତ୍ତି ହେବା ପାଇଁ ଆବେଦନ କରିଥିବା ଏମଟେକ୍ , ବିଟେକ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀଧାରୀଙ୍କ ସହିତ ଅଧିକ ଯୋଗ୍ୟତା ଥିବା ଲୋକ ବି ସାମିଲ ଅଛନ୍ତି ।

ଏହା ସହିତ ଅନେକ ଡିପ୍ଲୋମାଧାରୀ ମଧ୍ୟ ସଫେଇର୍ମୀର ୧୦ ଓ ସାନିଟାରୀ ୱାର୍କର୍ସର ୪ ପଦବୀ ପାଇଁ ଲାଇନରେ ଛିଡା ହୋଇଛନ୍ତି । ୨୬ ଡିସେମ୍ବରରେ ସଚିବାଳୟରେ ଖାଲି ଥିବା ପଦବୀ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଥିଲେ, ଯେବେକି ଯୋଗ୍ୟତା ଭିନ୍ନ ଭିନ୍ନ ଥିଲା ।