ଗାଧୋଇଲା ବେଳେ ବୁର୍ଲା ମହାନଦୀରେ ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର : ଶବ ଉଦ୍ଧାର କଲା ଅଗ୍ନିଶମ ବିଭାଗ

73

କନକ ବ୍ୟୁରୋ : ବୁଡିଗଲେ ଇଞ୍ଜିନିୟରିଂ ଛାତ୍ର । ମହାନଦୀ ବୁର୍ଲା ସାଇଫନରେ ବୁଡି ଇଞ୍ଜିନିୟରି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ବୁର୍ଲା ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷ ଛାତ୍ର ଅମର ମଲ୍ଲିକ ବୋଲି ଜଣାପଡିଛି । ଅମର ତାଙ୍କ ୪ଜଣ ବନ୍ଧୁଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ଅଗ୍ନିଶମ ବିଭାଗ ଦ୍ୱାରା ଅମରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ :