ବରପଦା ଇଂଜିନିଅରିଂ କଲେଜରେ ରାଗିଂ ! ତୃତୀୟ ବର୍ଷ ପିଲାଙ୍କ ମାଡରେ ୩ ଜୁନିଅର ଛାତ୍ର ଗୁରୁତର ଆହତ

38

କନକ ବ୍ୟୁରୋ: ଭଦ୍ରକ ବରପଦା ଇଂଜିନିଅରିଂ କଲେଜରେ ରାଗିଂ ଅଭିଯୋଗ । ଇଲେକଟ୍ରିକାଲ୍ ଡିପ୍ଲୋମା ଦ୍ୱିତୀୟ ବର୍ଷର ୩ ଜଣ ଛାତ୍ରଙ୍କୁ ଡିପ୍ଲୋମା ତୃତୀୟ ବର୍ଷର ୨୦ରୁ ଅଧିକ ଛାତ୍ରମାନେ ରାଗିଂ କରିବା ପାଇଁ କଲେଜ ପରିସରରେ ଅଟକାଇଥିଲେ । ଏହାକୁ ବିରୋଧ କରିବାରୁ ଦ୍ୱିତୀୟ ବର୍ଷର ତିନି ଜଣଛାତ୍ରଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ସେମାନେ ମାଡ ଖାଇ ଆହତ ହୋଇପଡିଥିବା ଜଣାପଡିଛି ।

ଆହତ ଛାତ୍ରମାନେ ହେଲେ ସୁଜିତ ନାୟକ, ସଂଗ୍ରାମ କେଶରୀ ଦାସ ଓ ନରେନ୍ଦ୍ର ପଲେଇ । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଆହତ ତିନି ଛାତ୍ରଙ୍କ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ କରାଯାଇଛି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –