ମାଲକାନଗିରି ଭଳି ଉପାନ୍ତ ଅଂଚଳର ପହଂଚିଥିଲା ହେଲିକପ୍ଟର ! ଗାଁର ସମସ୍ୟା ସମ୍ପର୍କରେ ଜଣାଇବା ପାଇଁ ନିଜ ଖର୍ଚ୍ଚରେ ହେଲିକପ୍ଟର ପଠାଇଥିଲେ ଯୁବ ଇଂଜିନିୟର ଉତ୍ତମ ମଲିକ

33

କନକ ବ୍ୟୁରୋ : ମାଲକାନଗିରି ଭଳି ଉପାନ୍ତ ଅଂଚଳର ଏକ ନିପଟ ମଫସଲରେ ପହଂଚିଥିଲା ହେଲିକପ୍ଟର । ଆଉ ଏଥିରେ ଥିଲେ ସ୍ଥାନୀୟ ବିଧାୟକ ଓ ସାଂସଦ । ତେବେ କୌଣସି ସରକାରୀ ଗସ୍ତରେ ଆସିନଥିଲେ ଏହି ଲୋକପ୍ରତିନିଧି । ବରଂ ଶିବରାତ୍ରିରେ ଶିବ ମନ୍ଦିର ଉଦଘାଟନ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଇଥିଲେ ଜଣେ ଯୁବ ଇଂଜିନିୟର । ସବୁଠୁ ବଡ କଥା ହେଉଛି ତାଙ୍କ ଗାଁକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସାଂସଦଙ୍କୁ ଆଣିବାକୁ ନିଜ ଖର୍ଚ୍ଚରେ ହେଲିକପ୍ଟର ପଠାଇଥିଲେ ଜଣେ ଇଂଜିନିୟର ଜଣକ । ଉଦ୍ଦେଶ୍ୟ ଥିଲା ତାଙ୍କ ଗାଁର ସମସ୍ୟା ସଂପର୍କରେ ଜାଣନ୍ତୁ ସାଂସଦ ଓ ବିଧାୟକ ।

ଏପରି କାମ ପାଇଁ ଚର୍ଚ୍ଚା ସାଉଁଟିଛନ୍ତି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ ସୋନାଲି ଗାଁର ଯୁବ ଇଂଜିନିୟର ତଥା ଠିକାଦାର ଉତ୍ତମ ମଲିକ । ନିଜ ଅଂଚଳର ପ୍ରାୟ ୩୦ଟି ଗାଁ ପାଇଁ ସେ ସାଜିଛନ୍ତି ଦେବଦୂତ । ପିଲାବେଳୁ ଅଭାବ ଓ ସମସ୍ୟା ସହ ସଙ୍ଘର୍ଷ କରିଥିବା ଉତମ ଏବେ ହାଇଦ୍ରାବାଦରେ ଏକ କନଷ୍ଟ୍ରକସନ୍ କମ୍ପାନୀର ମାଲିକ । ତେବେ ରୋଜଗାର ପାଇଁ ଓଡିଶାଠୁ ଦୂରରେ ରହୁଥିଲେ ମଧ୍ୟ ନିଜ ଗାଁ ତଥା ଅଂଚଳ ପାଇଁ ଉତମଙ୍କର ରହିଛି ଅତୁଟ ଭଲପାଇବା । ଯେଉଁଥି ପାଇଁ ରୋଜଗାରର ୫୦ ଭାଗ ଅର୍ଥ ସେ ନିଜ ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରନ୍ତି । ନିଜ ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ସହ ଲୋକଙ୍କୁ ସାହାଯ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ଉତମ ମଲିକ ।

ତେବେ ଉତ୍ତମଙ୍କ ଅବଦାନ ପାଇଁ ଗାଁ ବାସୀ ତାଙ୍କୁ ପ୍ରଶଂସା କରୁଛନ୍ତି । ଗାଁରେ ଅନେକ ବିକାଶମୂଳକ କାର୍ଯ୍ୟ ରକିଛନ୍ତି ଯୁବ ଇଞ୍ଜିନିୟ ଉତ୍ତମ । ସ୍କୁଲ, କଲେଜ ଠାରୁ ଆରମ୍ଭ କରି ଗାଁରେ ଅନେକ ବିକାଶମୂଳକ କାର୍ଯ୍ୟରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ଗାଁ ଲୋକେ । ଗାଁରେ କିଏ ରୋଗରେ ପଡ଼ିଥିଲେ କିମ୍ବା କାହାର ଝିଅ ବିବାହ କରିପାରୁନଥିଲେ ସେଠାରେ ପହଞ୍ଚିଯାହାନ୍ତି ଉତ୍ତମ । ଗାଁର ବିକାଶ ପାଇଁ ନିଜ ଜୀବନକୁ ସେ ଉତ୍ସର୍ଗୀକୃତ କରିଦେଇଛନ୍ତି । ଯୁବ ଇଞ୍ଜିନିୟର ଉତ୍ତମ କହିଛନ୍ତି, ସେ ଯେତିକି ରୋଜଗାର କରୁଛନ୍ତି, ତାହାର ୫୦ ପ୍ରତିଶତ ସେ ଗାଁବାସୀଙ୍କ ସେବାରେ ଲଗାଇବାରେ ଚାହାନ୍ତି । ଆଉ ଏନେଇ ସବୁବେଳେ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି ।