ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ଚିଫ୍ ଇଂଜିନିୟର

46

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଚିଫ୍ ଇଂଜିନିୟର ନିଲମ୍ବିତ । ଇଂଜିନିୟର ଇନ୍ ଚିଫ୍ ଶୁକଦେବ ମେହେରଙ୍କୁ ନିଲମ୍ବନ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନବୀନ ପଟ୍ଟନାୟକଙ୍କ ଅଧିନରେ ଥିବା ଜଳସମ୍ପଦ ବିଭାଗର ଇଂଜିନିୟର ଇନ୍ ଚିଫଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଗତ ଡିସେମ୍ବରରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଶୁକଦେବ ମେହେରଙ୍କ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ ।