ଭାରତରେ ନୂଆ କରି ତିଆରି ହୋଇଥିବା ଟ୍ରେନ-୧୮ରେ ଯାତ୍ରା କରିବା ପାଇଁ ଇଚ୍ଛା ଅଛି କି? ତେବେ ଜାଣିରଖନ୍ତୁ ଏହି ଟ୍ରେନ ସମ୍ପର୍କରେ ଏହି ବିଶେଷ ତଥ୍ୟ

ବିନା ଇଞ୍ଜିନ ରେଳ ନ୍ୟୁଜ-୧୮ ୨୫ ଡିସେମ୍ବରରେ ଦିଲ୍ଲୀ-ଭୋପାଳ ରାସ୍ତାରେ ଚଳାଚଳ କରିବ

125

କନକ ବ୍ୟୁରୋ : ଦେଶରେ ପ୍ରଥମକରି ଟ୍ରାକରେ ଦୌଡିବାକୁ ଥିବା ବିନା ଇଞ୍ଜିନ ରେଳ ନ୍ୟୁଜ-୧୮ ୨୫ ଡିସେମ୍ବରରେ ଦିଲ୍ଲୀ-ଭୋପାଳ ରାସ୍ତାରେ ଚଳାଚଳ କରିବ । ଇଣ୍ଟରସିଟି ଭାବରେ ଚଳାଚଳ କରିବା ପାଇଁ ଏହି ଟ୍ରେନ ନିର୍ମାଣ କରାଯାଇଛି । ତେବେ ଏହାର ଘଣ୍ଟାପ୍ରତି ବେଗ ୧୬୦ କମିରୁ ୧୮୦ କମି ମଧ୍ୟରେ ରହିବ ବୋଲି ଜଣାପଡିଛି । ଏହି ଟ୍ରେନ ସମ୍ପୂର୍ଣ୍ଣ ଭାବରେ ଶୀତତାପ ନିୟନ୍ତ୍ରଣ ଶୈଳୀରେ ନିର୍ମାଣ କରିଛି । ତେବେ ସାରା ଦେଶରେ ଚାଲୁଥିବା ଅନ୍ୟ ଟ୍ରେନ ମଧ୍ୟରୁ ଏହା କିପରି ଭାବରେ ଭିନ୍ନ ତାହା ଜାଣିରଖନ୍ତୁ । ଏହି ଟ୍ରେନର ଦାମ ପାଖାପାଖି ୧୦୦ କୋଟି ଟଙ୍କା ରହିଛି । ଏଥିରେ ମୋଟ ୧୬ଟି ଡବା ରହିଥିବା ସୂଚନା ମିଳିଛି । ଯେଉଁଥିରେ କି ୧୨୮ ଜଣ ଲୋକ ବସି ଯାତ୍ରା କରିପାରିବେ ।

 

ଏଠାରେ ଥିବା ଡବା ଗୁଡିକ ପରିସ୍ପର ସହ ଯୋଡି ହୋଇରହିଛି । ଟ୍ରେନର କାଚ ଗୁଡିକ ଏପରି ଭାବରେ ନିର୍ମାଣ କରାଯାଇଛି ଯେ, ଟ୍ରେନରେ ଯାତ୍ରା କରିବା ସମୟରେ ଭିତରେ ବସିଥିବା ଯାତ୍ରୀମାନଙ୍କୁ ବାହାରର ଦୃଶ୍ୟ ନିର୍ମଳ ଓ ପରିସ୍କାର ଦେଖାଯିବ । ଏଠାରେ ବସି ଯାତ୍ରା କରୁଥିବା ଲୋକମାନେ ନିଜର ସିଟକୁ ୩୬୦ ଡିଗ୍ରୀ ଘୂରାଇ ପାରିବେ ବୋଲି ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ପ୍ରତ୍ୟେକ ଡବାରେ ୱାଇଫାଇର ବ୍ୟବସ୍ଥା ରହିଛି । ତେଣୁ ଯାତ୍ରା ସମୟରେ ମଧ୍ୟ ସମସ୍ତ ବ୍ୟକ୍ତି ଏହାର ଭରପୂର ଫାଇଦା ନେଇପାରିବେ । ଏଠାରେ ଦିବ୍ୟାଙ୍ଗ ଓ ବୟସ୍କକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ତେବେ ବର୍ତମାନ ଦେଶରେଲ ଚାଲୁଥିବା ଟ୍ରେନ ଗୁଡିକରେ ଲୋକମାନଙ୍କୁ ଉଠିବା ଓ ଓହ୍ଲାଇବା ସମୟରେ ଅନେକ ପ୍ରକାର ଅସୁବିଧାର ସାମନା କରିବା ପାଇଁ ପଡିଥାଏ । ତେଣୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟି ଆଗରେ ରଖି ଟ୍ରେନରେ ହ୍ୱିଲଚେୟାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

 

ତେଣୁ ଯାତ୍ରୀମାନଙ୍କୁ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ଜଣାପଡିଛି । ଏହାସହ ଟ୍ରେନ କୌଣସି ଷ୍ଟେସନରେ ରହିଲେ ସ୍ୱୟଂଚାଳିତ ଭାବରେ ରେଳର ଫାଟକ ଖୋଲିବ ବୋଲି ସୂଚନା ମିଳିଛି । ଏହାସହ ଲୋକମାନଙ୍କର ଖାଇବା ପାଇଁ ପ୍ୟାଣ୍ଟ୍ରିକାରର ମଧ୍ୟ ବ୍ୟବସ୍ଥା ରହିଛି । ତେଣୁ ଲୋକମାନେ ନିଜ ଇଚ୍ଛା ଅନୁସାରେ ଖାଇବା ମଗେଇ ଏଠାରେ ଖାଇପାରିବେ ବୋଲି ସୂଚନା ମିଳିଛି । ଟ୍ରେନ ମଧ୍ୟରେ ବାୟୋ ଟଏଲେଟର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ବିମାନ ଭଳି ଏହା ମଧ୍ୟରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଏହି ଟ୍ରେନରେ ଯାତ୍ରା କଲେ ଯେପରି ଭାବରେ କୌଣସି ଯାତ୍ରୀଙ୍କୁ ଅସୁବିଧା ନହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଏହାକୁ ନିର୍ମାଣ କରିଥିବା ଜଣାପଡିଛି ।