ଶକ୍ତି ବିଭାଗକୁ ହାତୀ ଚନ୍ତା ! ହାତୀଙ୍କ ଗତିବିଧି ଉପରେ ନଜର ରଖିବେ ସ୍ୱତନ୍ତ୍ର ଦଳ,ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ଏସଡ଼ିଓ ପାହ୍ୟାର ଅଧିକାରୀ ।

ହାତୀମାନେ କିଭଳି ସୁରକ୍ଷିତଭାବେ ଚଳପ୍ରଚଳ କରି ପାରିବେ ତାହା ଉପରେ ନଜର ରଖିବେ ଏହି ଅଧିକାରୀ । ଏକମାସ ମଧ୍ୟରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତା’ରକୁ ମରାମତି କରିବାକୁ ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ ।

77

କନକ ବ୍ୟୁରୋ: ହାତୀଙ୍କ ସୁରକ୍ଷିତ ଚଳପ୍ରଚଳ ଲାଗି ଶକ୍ତି ବିଭାଗର ସ୍ୱତନ୍ତ୍ର ପଦକ୍ଷେପ । ହାତୀ ଗତିବିଧି ଉପରେ ନଜର ରଖିବେ ଜଣେ ସ୍ୱତନ୍ତ୍ର ଅଧିକାରୀ । ଯେଉଁଥି ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀ । ଏସଡ଼ିଓ ପାହ୍ୟାର ଜଣେ ଅଧିକାରୀ ଏହି ଟିମର ତଦାରଖ କରିବେ । ଏଣିକି ହାତୀର ଗତିବିଧି ଉପରେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି କରାଯିବା ନେଇ ରାଜ୍ୟ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି।
elephantବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ହେବା ପରେ ଶକ୍ତି ବିଭାଗର ଚେତା ପଶିଛି। ହାତୀଙ୍କ ସୁରକ୍ଷିତ ଚଳପ୍ରଚଳ ଲାଗି ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଶକ୍ତି ବିଭାଗ । ମନ୍ତ୍ରୀଙ୍କ ସୂଚନାନୁଯାୟୀ, ପ୍ରତି ଜିଲ୍ଲାରେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଏସଡିଓ ପାହ୍ୟାରେ ଜଣେ ଅଧିକାରୀ ଏହି ପଦରେ ରହିବେ। ହାତୀର ଚଳପ୍ରଚଳ ଉପରେ ସେମାନେ ନଜର ରଖିବେ। ଆଗକୁ ଯେପରି ହାତୀମାନେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ ନକରନ୍ତି ସେ ପ୍ରତି ସେମାନେ ଦୃଷ୍ଟି ଦେବେ ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

elephant fearସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ମାସକ ମଧ୍ୟରେ ଓହଳି ପଡ଼ିଥିବା ତାରକୁ ଠିକ୍ କରାଯିବ । ସୂଚନାଯୋଗ୍ୟ, ଗତ ୨୬ ତାରିଖ ରାତିରେ ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ଏଥିପାଇଁ ଉଭୟ ଶକ୍ତି ଓ ଜଙ୍ଗଲ ବିଭାଗକୁ ଦାୟୀ କରାଯାଇଥିଲା। ତେଣୁ ଅନେକ ବାଦବିବାଦରେ ପରେ ଏବେ ଶକ୍ତି ବିଭାଗର ତତ୍ପରତା ଦେଖାଦେଇଛି ।