ଲଗାତାର ଜିମରେ ଏନର୍ଜି ଡ୍ରିଙ୍କସ୍ ପିଉଥିବା ଲୋକ ହୋଇଯାଆନ୍ତୁ ସାବଧାନ ! ନଚେତ୍ ଆପଣଙ୍କ ଅବସ୍ଥା ମଧ୍ୟ ଏହି ବଡିବିଲ୍ଡରଙ୍କ ଭଳି ହୋଇଯିବ ।

482

ପ୍ରତିଟି ମଣିଷ ନିଜକୁ ଫିଟ୍ ରଖିବା ଏବଂ ସୁନ୍ଦର ଦେଖାଯିବା ପାଇଁ ଜିମ୍ ଜଏନ୍ କରିଥାନ୍ତି । ବିଭିନ୍ନ ପ୍ରକାରର ଏନର୍ଜୀ ଡ୍ରିଙ୍କ୍ ଏବଂ ବଟିକା ସେବନ କରିଥାଏ । କିନ୍ତୁ ଏହା ଯେ ସ୍ୱାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବ୍ରିଟେନର ଏହି ବଡିବିଲ୍ଡରଙ୍କ ସହ କିଛି ଏଭଳି ହେଲା ଯାହାଙ୍କ କଥା ଶୁଣି ଆପଣ ବଡି ବନାଇବା ଭଳି ଜିଦ୍ ଛାଡିଦେବେ ।

ଲଣ୍ଡନର ମେନଚେଷ୍ଟରରେ ରହୁଥିବା ବଡିବିଲ୍ଡର ଡିନ୍ ବାରମ୍ବୀ ନିଜ ଶରୀରକୁ ସବଳ କରିବାପାଇଁ ଖୁବ୍ ଏଳ୍ସସାଇଜ୍ କରୁଥିଲେ ଏବଂ ଲଗାତାର ଏନର୍ଜୀ ଡ୍ରିଙ୍କସ୍ ପିଉଥିଲେ । ଯାହା ପରମୁହୂର୍ତ୍ତରେ ତାଙ୍କୁ ମୃତ୍ୟୁ ଆଡକୁ ନେଇଗଲା । ଅଚାନକ ତାଙ୍କ ଦେହ ଖରାପ ହେବା ପରେ ଜଣାପଡିଲା ଯେ ତାଙ୍କୁ ଲିଭର୍ କ୍ୟାନ୍ସର ହୋଇଛି । ରିପୋର୍ଟରୁ ଜଣାପଡିଥିଲା ଯେ ୮ ମାସ ହେଲା ସେ ଲଗାତାର ଏନର୍ଜୀ ଡ୍ରିଙ୍କସ୍ ପିଉଥିଲେ । ଯାହାଫଳରେ ୩୯ ବର୍ଷୀୟ ଏହି ସବଳ ବ୍ୟକ୍ତି ଜଣକ ଖୁବ୍ ପତଳା ହୋଇଗଲେ ଏବଂ କିଛି ସମୟ ପରେ ସେ ଆରପାରିକୁ ଚାଲିଗଲେ ।

ସେ ଜିମ୍ କରୁଥିବା ସମୟରେ ୮ ରୁ ୯ ଥର ଏନର୍ଜୀ ଡ୍ରିଙ୍କସ୍ ପିଉଥିଲେ । ସୁନ୍ଦର ଶରୀର ପାଇବାପାଇଁ ସେ କିଭଳି ବଡ ଭୁଲ୍ କରିଦେଲେ ତାହା ପରମୁହୂର୍ତ୍ତରେ ଜଣାପଡିଥିଲା । ଅଧିକ ଦିନ ବଚିଂବାର ଆଶା ନକରି ସେ ନିଜ ସୋସିଆଲ୍ ଆକାଉଣ୍ଟରେ ଏଭଳି ଭୁଲ୍ ନକରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ ।