ତିନି ରଥରେ ଛେରାପହଁରା ଶେଷ ! ରଥ, ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ଆରମ୍ଭ ହେବ ରଥଟଣା ।

86

ତିନିଠାକୁରଙ୍କ ରଥାରୁଢ ପରେ ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜଙ୍କ ଛେରାପହଁରା ନୀତି ଶେଷ ହୋଇଛି । ଗଜପତି ମହାରାଜ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା ପରେ ନନ୍ଦିଘୋଷ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଛେରାପହଁରା ନୀତି ଶେଷ କରିଛନ୍ତି । ତେବେ ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ ।

ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି । ଉଲ୍ଲେଖଥାଉ କି, ସର୍ବ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଯାନ ରହେ ।

ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜ ପରିବାରର ସଦସ୍ୟ, ରାଜଗୁରୁ , ଲେଙ୍କା, ବେହେରା ଖଂଟୁଆ, ମେକାପ, ଗରାବଡୁ ଓ ଦେଉଳକରଣ ଇତ୍ୟାଦି ସେବକ ରହିଥାନ୍ତି । ପ୍ରଥମେ ଗରାବୁଡ ସେବକଙ୍କଠାରୁ ହାତୁଆଣି ନେଇ ଗଜପତି ପୁଷ୍ପାଞଳୀ ପ୍ରଦାନ କରିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ତତ୍ପରେ ରଥ ଉପର ସିହାଂସନ ତଲକୁ ଓହ୍ଲାଇଥାନ୍ତି । ପୂର୍ବରୁ ଦୟଣାମାଳି ଦେଇଥିବା ଶୁକ୍ଳ ଫୁଲ ଭଣ୍ଡାର ମେକାପ ରୂପା ପିଙ୍ଗଣରେ ଧରିଥାଏ ।