କାର୍ତ୍ତିକ ମାସ ସରିବା ପରେ ଆଜି ଛାଡଖାଇ ! ଆମିଷ ବଜାରରେ ପ୍ରବଳ ଭିଡ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବ୍ୟବସାୟୀଙ୍କ ପ୍ରସ୍ତୁତି

202

କନକ ବ୍ୟୁରୋ : ଧର୍ମ କର୍ମର ମାସ କାତ୍ତିକ ସରିଲା । ଗୋଟିଏ ମାସ ଆମିଷ ଠାରୁ ଦୂର ହେବା ପରେ ଜିଭ ଆଉ ବୋଲ ମାନୁନି । କାତ୍ତିକରେ ପନିପରିବା ଦରରେ ଯେଉଁଭଳି ନିଆଁ ଲାଗିଥିଲା ସେଥିରୁ ଲୋକଙ୍କୁ ନିସ୍ତାର ମିଳିଛି । ଗତକାଲି କାର୍ତ୍ତିକ ମାସକୁ ବିଦାୟ ଦେବା ପରେ ଆଜି ଛାଡଖାଇ ପାଳନ କରୁଛନ୍ତି ଲୋକେ । ଆଉ ସବୁଠାରୁ ବଡ କଥା ହେଲା—ଏଥର ରବିବାରରେ ପଡିଛି ଛାଡଖାଇ । ଆମିଷ ବାରରେ ଛାଡଖାଇ ପଡିଥିବାରୁ ଆଜି ମାଛ ମାର୍କେଟରେ ପ୍ରବଳ ଭିଡ ଦେଖିବାକୁ ମିଳିଛିା ମଟନ, ଚିଟେକନ ଓ ମାଛର ଚାହିଦାକୁ ମେଂଟାଇବା ଲାଗି ବ୍ୟବସାୟୀମାନେ ବି ସବୁ ପ୍ରକାରର ପ୍ରସ୍ତୁତି କରି ରଖିଛନ୍ତି । ରବିବାର ଛାଡ ଖାଇ ପଡୁଥିବାରୁ ବ୍ୟବସାୟୀ ମାନେ ମଧ୍ୟ ଭଲ ବେପାର କରିବା ଆଶାରେ ରହିଛନ୍ତି ।

ଛାଡଖାଇର ପ୍ରଭାବ ୪ ନମ୍ବର ମାର୍କେଟରେ ଦେଖିବାକୁ ମିଳିଛି । ୪ ନମ୍ବରରେ ସକାଳୁ ଲୋକଙ୍କ ଭିଡ ଜମିଛି । ଖାସିର ଚାହିଦା ମେଂଟାଇବା ଲାଗି ବ୍ୟବସାୟୀମାନେ କୋଲକାତାରୁ ଖାସି ମଗାଇଛନ୍ତି । ଚିକେନ ପାଇଁ ଭୁବନେଶ୍ୱର ମୁଖ୍ୟତଃ ପିପିଲି ବଜାର ଉପରେ ନିର୍ଭରଶୀଳ । କିନ୍ତୁ ଆଜି ପାଇଁ ଅନ୍୍ୟ ସ୍ଥାନରୁ ବି ଚିକେନ ମଗାଯାଇଛି । ମାଛର ଚାହିଦା ମେଂଟାଇବାକୁ ଅନ୍ୟ ସ୍ଥାନରୁ ମାଛ ମଗାଯାଇଛି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ବଜାରରେ ମଧ୍ୟ ଦର ଅନ୍ୟଦିନ ଅପେକ୍ଷା ଚଢା ରହିଛି ।