ମଝି ରାସ୍ତାରେ ଜବରଦଖଲକାରୀଙ୍କ ଦାଦାଗିରି ! ମନ୍ଦିର ଜାଗାରେ କରିଥିଲେ ଦୋକାନ, ଜାଗା ଛାଡିବାକୁ ନୋଟିସ ପରେ ମନ୍ଦିର କର୍ତ୍ତୃପକ୍ଷଙ୍କୁ ମାରିଲେ ମାଡ଼ ।

265

କନକ ବ୍ୟୁରୋ : ମଝି ରାସ୍ତାରେ ଦାଦାଗିରି । ଭଡ଼ାରେ ନେଇଥିବା ଦୋକାନ ଘର ଛାଡ଼ିବାକୁ ନୋଟିସ୍ ଦେବାରୁ ଭଡ଼ାଟିଆଙ୍କ ଉତ୍ୟକ୍ତ କାଣ୍ଡ । ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲିଂ ଅଂଚଳରେ । ମନ୍ଦିର ଜାଗାରେ ହୋଇଥିବା ଦୋକାନକୁ ମରାମତି ପାଇଁ ଖାଲି କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ହୋଇଥିଲା । ହେଲେ ଏଥିରେ ଉତକ୍ଷିପ୍ତ ହୋଇ ମନ୍ଦିର ସଂପାଦକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଜବରଦଖଲକାରୀଙ୍କ ଦାଦାଗିରି । ମନ୍ଦିର କର୍ତୃପକ୍ଷଙ୍କୁ ମାରିଲେ ମାଡ଼ । ଜୋର ଜବରଦସ୍ତି ଜାଗା ମାଡ଼ି ବସିଥିବା ବ୍ୟକ୍ତି ଜଣଙ୍କ ବିଚ୍ ରାସ୍ତାରେ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ମାଡ଼ ମାରିବାକୁ ବି ପଛାଇ ନାହାନ୍ତି । ଏହି ଘଟଣାଟି ହେଉଛି ଭୁବନେଶ୍ୱର ୟୁନିଟ୍ ୨ ମାର୍କେଟ୍ ବିଲ୍ଡିଂ ଆଖଣ୍ଡଳମଣୀ ମନ୍ଦିର ଅଂଚଳର ।

ମାଡ ମାରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅକ୍ଷୟ କୁମାର ଦାସ । ଯିଏ ଆଖଣ୍ଡଳମଣୀ ମନ୍ଦିରର ଜାଗାରେ ଥିବା ଦୋକାନକୁ ଭଡ଼ାରେ ନେଇ ବ୍ୟବସାୟ କରୁଛନ୍ତି । ହେଲେ ଦୋକାନ ମରାମତି ପାଇଁ ଦୋକାନ ଛାଡ଼ିବାକୁ ମନ୍ଦିର କର୍ତୃପକ୍ଷ ନୋଟିସ୍ ଦେବାରୁ ସେଥିରେ ଉତକ୍ଷିପ୍ତ ହୋଇ ମନ୍ଦିରର ସଂପାଦକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହେଁ, ମାର୍କେଟ୍ ବିଲ୍ଡିଂ ପଛ ପଟରେ ଥିବା ଓୟୁଜେ ଭବନ ଏବଂ ଇଷ୍ଟନ୍ ଟାୱାର ମଝିରେ ଯାଇଥିବା ୨୦ ଫୁଟ୍ ରାସ୍ତାକୁ ଜବରଦଖଲ କରି ବନ୍ଦ କରି ଦେଇଛନ୍ତି ।  ଠିକ୍ ରାସ୍ତାର ମୁହଁରେ ଦୁଇଟି ଦୋକାନ କରିବା ଫଳରେ ଏହି ରାସ୍ତାରେ ଯିବା ଆସିବା କରିବାରେ ବ୍ୟାଘାତ ସୃଷ୍ଟି ହେବା ସହ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି । ଏନେଇ ଆଖଣ୍ଡଳମଣୀ ମନ୍ଦିରର ସଂପାଦକ ମହିମୋହନ ମହାପାତ୍ର କ୍ୟାପିଟାଲ୍ ଥାନାରେ ଲିଖିତ୍ ଅଭିଯୋଗ କରିଛନ୍ତି ।