କନକ ବ୍ୟୁରୋ: ପୁରୀର ଗୋପରେ ଆଜି ଭୋରରୁ ଏନକାଉଂଟର ହୋଇଛି । ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ବେହେରା ଆହତ ହୋଇଛି । ଅନନ୍ତ ବେହେରାର ବାମଗୋଡରେ ଗୁଳିବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତା ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଆଜି ଭୋରରୁ ପୁରୀ ଜିଲ୍ଲା ଗୋପ ଚାରିଛକ ନିକଟରେ ରାସ୍ତା ଡକାୟତି ସହିତ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅନନ୍ତ ବେହେରା ନାମକ ଜଣେ ଯୁବକଙ୍କୁ ପୁରୀ ସ୍ପେଶାଲ ସ୍କ୍ଵାଡ୍ ଓ ଗୋପ ପୁଲିସ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି । ଅନନ୍ତ ଗୋଡ଼ରେ ଗୁଳିବାଜି ଥିବାରୁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଅନନ୍ତ ବେହେରାର ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା କଙ୍କଡ଼ାହାଡ଼ ଗ୍ରାମରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।