ମିଶନ ଅପରାଧୀ

19

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୁଲିସ ଟାର୍ଗେଟରେ ଅପରାଧୀ । ସହରର ଅପରାଧୀଙ୍କୁ ମୂଳପୋଛ କରିବାକୁ ଆରମ୍ଭ ହୋଇଛି ଅଭିଯାନ । ଗତ କିଛି ଦିନ ହେବ ଗଂଜାମ ଓ ବ୍ରହ୍ମପୁର ପୁଲିସ ଗୋଟିଏ ପରେ ଗୋଟିଏ ଏନକାଉଂଟର କରୁଛି । ଦେଢ ମାସ ମଧ୍ୟରେ ଗଂଜାମରେ ହୋଇଛି ୭ଟି ଏନକାଉଂଟର । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁରରେ ପୁଣି ଏନକାଉଂଟର ହୋଇଛି । ପୁଲିସ ଗୁଳିରେ ଭିକାରୀ ଦାସ ନାମକ ଜଣକ ଅପରାଧୀ ଆହତ ହୋଇଛି । ଆରୁଆପଲ୍ଲୀ ଅଂଚଳରେ ଏହି ଏନକାଉଂଟର ହୋଇଥିବା ବେଳେ ତା ନାଁରେ ରହିଛି ୨୦ରୁ ଅଧିକ ମାମଲା । ବ୍ରହ୍ମପୁରକୁ ଅପରାଧୀ ମୁକ୍ତ କରିବା ପାଇଁ ଯେମିତି ପଣ କରିଛି ପୁଲିସ ।

କେବଳ ଏପ୍ରିଲ ଓ ମେ’ ମାସରେ ୭ ଜଣ ଦୁର୍ଦାନ୍ତ ଅପରାଧୀ ପୁଲିସ ଏନକାଉଂଟରରେ ଆହତ ହୋଇଛନ୍ତି । ଏପ୍ରିଲ ୯ରେ ଦୁର୍ଦାନ୍ତ ଅପରାଧି ଅଶୋକ ସ୍ୱାଇଁକୁ ଭଂଜନଗରରେ ଏନକାଉଂଟର କରିଥିଲା ପୁଲିସ । ସେହି ମାସ ୧୨ରେ ବ୍ରହ୍ମପୁରରେ ଦଣ୍ଡ ମହାରାଣ, ୨୯ରେ ଅପରାଧୀ ଜିତୁ ସେଠୀ ଗୋପାଳପୁର ପୁଲିସ ଗୁଳିରେ ଘାଇଲା ହୋଇଥିଲା । ଏହାପରେ ମେ’ ୧୫ରେ ପୁଲିସ ଆହତ ହୋଇଥିଲା ଅପରାଧୀ ଚକା ନାହାକ । ଯାହାକୁ ଆସ୍କାରେ ଏନକାଉଂଟର କରିଥିଲା ପୁଲିସ । ଗଲା ୨୩ରେ ସୁବାସ ନାୟକ ବ୍ରହ୍ମପୁର ପୁଲିସ ଗୁଳିର ଶିକାର ହୋଇଥିବା ବେଳେ ଗତକାଲି ଭିକାରୀ ଦାସକୁ ମଧ୍ୟ ବ୍ରହ୍ମପୁର ପୁଲିସ ଏନକାଉଂଟର କରିଛି ।