ଜମ୍ମୁ କଶ୍ମୀର କୁପୱାଡ଼ାରେ ଏନକାଉଣ୍ଟର ! ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

154

କନକ ବ୍ୟୁରୋ : ଜମ୍ମୁକାଶ୍ମୀରର କୁପୱାଡ଼ା ଜିଲ୍ଲାର ହୱାଡ଼ାର ସେନା-ଆତଙ୍କବାଦୀ ମୁହାଁମୁହିଁ । ସେନା ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀଙ୍କ ଶବ ଆଜି ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଗତକାଲି ରାତି ୯ଟାରୁ ପାଖାପାଖି ୨୨ଆରଆର, ୯୨ ବାଟାଲିଆନ୍ ସିଆରପିଏଫ୍ ଓ ଏସଓଜି ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ ।

ସୂଚନାଯୋଗ୍ୟ ଗତକାଲି ରାତି ୧ଟାରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା । ସେନା ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ମୃତ ଆତଙ୍କବାଦୀଙ୍କ ଚିହ୍ନଟ ଆରମ୍ଭ ହୋଇଛି । ଏହାପୂର୍ବରୁ ୨୭ ଫେବୃୟାରୀରେ ଦକ୍ଷିଣ କଶ୍ମୀରର ସୋପିଆ ଜିଲ୍ଲାରେ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ସେନା । ନିହତ ହୋଇଥିବା ଆତଙ୍କବାଦୀମାନେ ପାକିସ୍ତାନୀ ଥିଲେ ।

ସେପଟେ ସୀମାରେ ଥମୁନି ଗୁଳିବର୍ଷା । ଆଜି ପୁଣି ପୁଂଚ ଓ ଉରି ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ବାରମ୍ବାର ଭାରତୀୟ ସୀମା ଉପରକୁ ଗୁଳିମାଡ କରିଛି ପାକିସ୍ତାନ । ସେପଟେ କୁପୱାଡାର ହିନ୍ଦୱାଡାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ ଜାରି ରହିଛି ।

Comments are closed.