ଜାମ୍ମୁକାଶୀରରେ ସେନା-ଆତଙ୍କବାଦୀ ଗୁଳି ବିନିମୟ ! ୪ ଯବାନ ସହିଦ, ସେନା ଗୁଳିରେ ଜଣେ ଆତଙ୍କୀ ନିହତ ।

538

କନକ ବ୍ୟୁରୋ : ସାରା ଦେଶ ବୀର ପାଇଲଟ୍ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ଚାହିଁ ବସିଥିବା ବେଳେ ସେପଟେ ସୀମାରୁ ଆସିଛି ଆଉ ଏକ ଦୁଃଖ ଖବର । ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର ହିନ୍ଦୱାଡା ଠାରେ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବୀଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ସିଆରପିଏଫର ଦୁଇ ଜଣ ଯବାନ ଏବଂ ଜାମ୍ମୁକାଶ୍ମୀର ପୋଲିସର ଦୁଇ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି ।

ସେପଟେ ସେନାର ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଆଉ ଜଣେ ଆତଙ୍କବାଦୀ ମଲବେ ଅଞ୍ଚଳରେ ଲୁଚି ରହିଛି । ଗୋଟିଏ ପଟେ ପାକିସ୍ତାନ ଶାନ୍ତିର କଥା କହୁଥିବା ବେଳେ, ସୀମାରେ ଚାଲିଥିବା ଗୁଲି ବିନିମୟ ପାକିସ୍ତାନର ଅସଲ ମୁଖା ପଦାରେ ପକାଉଛି । ଏବେବି ହିନ୍ଦୱାଡା ଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।