ଜାମ୍ମୁକାଶ୍ମୀର ସପୋରରେ ସେନା-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଆତଙ୍କବାଦୀ ମୃତ, ସର୍ଚ୍ଚ ଅପରେସନ୍ ଜାରି

212

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ-କାଶ୍ମୀରରେ ସେନା ଆକ୍ସନ ମୁଡ଼ରେ ଅଛି । ଜାମ୍ମୁକାଶ୍ମୀର ସପୋରରେ ସେନା-ଆତଙ୍କବାଦୀ ଗୁଳିବିନିମୟ ଜାରି ରହିଛି । ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଗତକାଲି ଠାରୁ ସେନା ଆରମ୍ଭ କରିଥିଲା ଏନକାଉଣ୍ଟର । ସୂଚନା ଅନୁସାରେ ଦୁଇ ଜଣ ଆତଙ୍କବାଦୀ ଲୁଚି ରହି ସେନା ଉପରେ ଗୁଳି ଚାଳନା କରୁଥିଲେ । ସେଥିମଧ୍ୟରୁ ଜଣେ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଛି । ଏବେ ବି ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଅନ୍ୟପଟେ ସେନା ସର୍ଚ୍ଚ ଅପରେସନ୍ ଜାରି ରଖିଛି ।

କୁହାଯାଉଛି ଘାଟିରେ ପାଖାପାଖି ୬ ୦ଜ ଣ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସେଥିମଧ୍ୟରୁ ୩୫ ଜଣ ପାକିସ୍ତାନୀ ଆତଙ୍କବାଦୀ । ଏହି ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ଅଭିଯାନ ଆରମ୍ଭ କରିଦେଇଛି । ଏହି ଅପରେସନର ନାମ ରଖାଯାଇଛି ଅପରେସନ୍ -୬୦ । ଏହାପୂର୍ବରୁ ସେନା ଅପରେସନ୍ -୨୫ ଆରମ୍ଭ କରିଥିଲା, ଯେଉଁଥିଲେ ପୁଲୱାମା ଆକ୍ରମଣ ମାଷ୍ଟର ମାଇଣ୍ଡ ଗାଜି ରହିଦ ସମେତ ଜଣେ ସହଯୋଗୀ ସେନା ଗୁଳିରେ ନିହତ ହୋଇଥିଲେ ।