ପିପିଲି ବାରିମୂଳରେ ଏନକାଉଁଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ, ଜିତୁ ନାଁରେ ରହିଛି ଏକାଧିକ ମାମଲା

ପିପିଲି ବାରିମୂଳରେ ଏନକାଉଁଟର

109

କନକ ବ୍ୟୁରୋ : ପିପିଲିରେ ଏନକାଉଁଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓ ଜିତେନ୍ଦ୍ର ସାହୁ ଆହତ ହୋଇଛି । ପିପିଲି ଓ ପୁରୀ କୁମ୍ଭାର ପଡା ପୋଲିସ ବାରିମୂଳ ଗ୍ରାମମୁଣ୍ଡରେ ଏନକାଉଁଟର କରିଛି । ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି । ଅବସ୍ଥା ଗୁରୁତର ଥିବାରୁ ଜିତୁକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ପୁରୀ ଏସପିଙ୍କ ନେତୃତ୍ୱରେ ୨ ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା ଏବଂ ଆଜି ଭୋରୁ ହିଁ ଜିତୁକୁ ଏନକାଉଁଟର କରାଯାଇଥିବା ଜଣାପଡିଛି । ପୂର୍ବରୁ ପାରା ଗୁଳିକାଣ୍ଡରେ ଜିତୁର ସମ୍ପୃକ୍ତ ଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଏହାସହ ଜିତୁ ନାଁରେ ଏକାଧିକ ମାମଲା ମଧ୍ୟ ରହିଛି ବୋଲି ଜଣାପଡିଛି।