ଜାମ୍ମୁର କୁଲଗାମରେ ଆତଙ୍କବାଦୀ-ସେନାଙ୍କ ମଧ୍ୟରେ ଗୁଳିବିନିମୟ: ୨ ଯବାନ ଆହତ, ଏବେବି ଚାଲିଛି କମ୍ବିଂ ଅପରେସନ

44

କନକ ବ୍ୟୁରୋ : ପୁଣି ଥରେ ଜାମ୍ମୁରେ ସେନା ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିବା ମିଳିଛି ସୂଚନା । ମିଳିଥିବା ସୂଚନା ଅନୁସାରେ ଜମ୍ମୁ କଶ୍ମୀରର କୁଲଗାମରେ ସେନା ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ହୋଇଛି । ତେବେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଭାରତୀୟ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇ ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ଲରୁ ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ କୌଣସି ସୂତ୍ରରୁ ସେନାକୁ ଖବର ମିଳିଥିଲା ଯେ, ୨ ରୁ ୩ ଆତଙ୍କାବଦୀ ଏକ ଭିତରେ ଲୁଚି ରହିଥିଲେ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ।

 

ସେନା ଆତଙ୍କବାଦୀ ଲୁଚିରହିଥିବା ସ୍ଥାନକୁ ଘେରିଥିଲେ । ମିଳିଥିବା ସୂଚନା ଅନୁସାରେ ଉଭୟଙ୍କ ପକ୍ଷରୁ ଗୋଳିମାଡ ହୋଇଥିଲା । ସେନା ପକ୍ଷରୁ ସେହି ରାସ୍ତା ଦେଇ ଯାଉଥିବା ଯାନବାହାନକୁ ବନ୍ଦ କରି ଦିଆଯାଇଛି । ଜମ୍ମୁ କଶ୍ମୀର ପୋଲିସ କହିବା ଅନୁସାରେ ଲରୁ ଅଞ୍ଚଳରେ ପୋଲିସର ତଲାସି ଅଭିଯାନ ଚାଲି ଥିଲା । ପୋଲିସକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଏହାପରେ ସେନା ଓ ସୁରକ୍ଷାବାହିନୀ ମୋର୍ଚ୍ଚ ସମ୍ଭାଳି ଥିଲେ । ନିକଟରେ ଜମ୍ମୁ କଶ୍ମୀରରେ ସେନା ସହିତ ଏନକାଉଣ୍ଟରରେ ଆତଙ୍କବାଦୀ ଓ ଆଲିଗଡ଼ ମୁସଲିମ ୟୁନିଭରସିଟିର ପିଏଚଡି ଛାତ୍ର ମନ୍ନାନ ୱାନୀଙ୍କୁ ନିହତ କରାଯାଇଥିଲା ।