କେନ୍ଦ୍ରାପଡା ପୋଲିସର ଏନକାଉଣ୍ଟର । ଅପରାଧୀ ଗଣେଶ ଆହତ, ଡାହାଣ ଗୋଡରେ ବାଜିଛି ଗୁଳି

କେନ୍ଦ୍ରାପଡା ପୋଲିସର ଏନକାଉଣ୍ଟର

69

କନକ ବ୍ୟୁରୋ : କିଛିଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ା ପୁଲିସ କରିଛି ଏନକାଉଣ୍ଟର। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଗଣେଶ ମଳିକ ଆହତ ହୋଇଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଏନକାଉଣ୍ଟର ଘଟିଛି।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସଦର ଥାନା କଜଳା ନାନକାର ରାସ୍ତାରେ ଆଜି ଭୋର ୪ଟା ବେଳେ ସ୍ପେଶାଲ ସ୍କାର୍ଡ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଜୁଲୁ ଓରଫ ଗଣେଶ ମଳିକ ଆହତ। ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଭାବେ ଆହତ ହୋଇଥିବା ଗଣେଶକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଗଣେଶ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଚୋରି, ରାହାଜାନୀ ଭଳି ବହୁ ଅପରାଧିକ ମାମଲା ରହିଛି।

Comments are closed.