ସେନାକୁ ମିଳିଲା ଜବରଦସ୍ତ ସଫଳତା ! ରାତିଅଧିଆ ଅପରେସନରେ ଯବାନଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

33

ସେନାର ରାତିଅଧିଆ ଅପରେସନରେ ତିନି ଆତଙ୍କବାଦୀ ମୃତ । ବିଳମ୍ବିତ ରାତିରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବଳଙ୍କ ସହ ଗୁଳିବିନିମୟ ଯୋଗୁଁ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପୁଲିସ କହିଛି।

ପୋଲିସ ଅନୁଯାୟୀ, ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ନିରାପତ୍ତା ବଳ ସୋମବାର ପାହାନ୍ତାରେ ଅନନ୍ତନାଗ ଜିଲ୍ଲାର ହାକୂରା ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଥିଲେ। ସେନା, ସିଆରପିଏଫ ଓ ଏସଓଜି ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ରାତି ପ୍ରାୟ ୧୨.୩୦ରେ ଆରମ୍ଭ ହୋଇଥିଲା ଅପରେସନ୍ । ତଲାସି ଚାଲିଥିବା ବେଳେ ଛପି ରହିଥିବା ଆତଙ୍କବାଦୀମାନେ ତଲାସକାରୀ ଦଳଙ୍କ ଉପରକୁ ଗୁଳି ଚଳାଇଥିଲେ। ନିରାପତ୍ତା ବଳର ପାଲଟା ଆକ୍ରମଣରେ ଲୁଚି ରହିଥିବା ୩ ଆତଙ୍କବାଦୀ ନିହତ ହୋଇଥିଲେ ।

ଗୁଳି ବିନିମୟରେ ନିହତ ହୋଇଥିବା ତିନି ଆତଙ୍କବାଦୀମାନେ ହେଲେ ଶ୍ରୀନଗରର ଇସା ଫଜିଲ୍, ଅନନ୍ତନାଗ ଜିଲ୍ଲାର ସୟେଦ ଓଓ୍ଵାଇସ୍ ଏବଂ ସବଜର୍ ଅହମଦ୍ ସୋଫି।ଘଟଣାସ୍ଥଳରୁଏକେ-୪୭, ପିସ୍ତଲ, ହାତ ବୋମା ଆଦି ଅସ୍ତଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିକଟରେ ସୌରାଠାରେ ଥିବା ପୁଲିସ ଗାର୍ଡ ପୋଷ୍ଟ୍ ଉପରେ ଆକ୍ରମଣ କରିଥିଲା। ଏଥିରେ ଜଣେ ପୁଲିସ କନେଷ୍ଟବଳ ନିହତ ହୋଇଥିଲେ।