ଗଞ୍ଜାମରେ ଏନକାଂଉଟର ନମ୍ବର-୩୫ ! ବ୍ରହ୍ମପୁର ପୋଲିସର ଏନକାଂଉଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୂଷା ଆହତ

24

କନକ ବ୍ୟୁରୋ : ଗଞ୍ଜାମରେ ଏନକାଂଉଟର ନମ୍ବର-୩୫ । ବ୍ରହ୍ମପୁର ପୋଲିସର ଏନକାଉଂଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୂଷା ଓରଫ କାଳିଆ ସାହୁ ଆହତ ହୋଇଛି । କାଳିଆ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି । ଗତକାଲି ଗୋସାଣୀନୂଆ ଗାଁ ଓ ବଡ ବଜାର ଥାନା ପୋଲିସର ମିଳିତ ଟିମ୍ ଜାତୀୟ ରାଜପଥରେ ପାଟ୍ରୋଲିଂ କରିବାବେଳେ ଖଜୁରିଆ ଓଭରବ୍ରିଜ ନିକଟରେ ଏନକାଂଉଟର ହୋଇଥିଲା । ପୋଲିସ ଧରିବାକୁ ଉଦ୍ୟମ କରିବାବେଳେ ମୂଷା ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା । ଗୁଳିରୁ ବର୍ତିବାକୁ ଯାଇ ଡେଇଁପଡିବାରୁ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ପୋଲିସର ପାଲଟା ଗୁଳିମାଡରେ ମୂଷା ଆହତ ହୋଇଛି । ତା ବାମ ଗୋଡରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି ।