କଟକରେ ପୁଣି ଗର୍ଜିଲା ବନ୍ଧୁକ! ଡି-ବ୍ରଦର୍ସଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁୁ ପୁଲିସର ଏନକାଉଣ୍ଟର

20

କନକ ବ୍ୟୁରୋ : କଟକରେ ପୁଣି ଏନକାଉଣ୍ଟର । କଟକ ଗୁଳିକାଣ୍ଡରେ ସଂପୃକ୍ତ ଡି-ବ୍ରଦର୍ସଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁୁ ଏନକାଉଣ୍ଟର କରିଛି ପୁଲିସ୍ । ଏହି ଏନକାଉଣ୍ଟରରେ ସଦା ନାୟକଙ୍କ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସଦା ଆଜି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଶ୍ରୀକରୁଆ ନିକଟରେ ଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସଦାର ଗୋଡ଼କୁ ଲକ୍ଷ୍ୟ କରି ଗୁଳି କରିଥିଲା। ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ସଦା ପୁଲିସ ଗୁଳିରେ ତଳେ ପଡ଼ିଯାଇଥିଲା। ସଦା ନିକଟରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି ଓ ଗୋଟିଏ ମୋବାଇଲ ଜବତ ହୋଇଛି।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସଦାର ଧଳ ବ୍ରଦର୍ସଙ୍କ ସହିତ ସଂପୃକ୍ତି ଥିଲା। ଅନ୍ୟପଟେ ଗତ ମାସରେ କଟକ ଗୁଳିକାଣ୍ଡର ପୁଲିସ ପର୍ଦ୍ଦାଫାସ କରିଛି । ଏହି ଗୁଳିକାଣ୍ଡରେ ଜଣେ ଗରିଫ ହୋଇଥିବା ବେଳେ ଆଜି ସଦା ନାୟକକୁ ଏନକାଉଂଟର କରିଛି ପୁଲିସ ।