ଜମ୍ମୁ-କାଶ୍ମୀରର ଅନନ୍ତନାଗ ଅଂଚଳରେ ସୁରକ୍ଷାବଳକୁ ବଡ ସଫଳତା ! ସେନାର ଏନକାଉଂଟରରେ ୨କୁଖ୍ୟାତ ଆତଙ୍କବାଦୀ ନିହତ

30

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ସୁରକ୍ଷା ବାହିନୀର ଏନକାଉଂଟରରେ ନିହତ ହୋଇଛନ୍ତି ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀ । ଏହା ସହିତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳାବାରୁଦ ଜବତ କରାଯାଇଛି ।

ଗତ ରାତିରେ ଅନନ୍ତନାଗ ଡୋରୁ ଅଂଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ତାପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଘାଟିରେ ଇଂଟରନେଟ ସରବରାହକୁ ବନ୍ଦ ରଖାଯାଇଛି । ଗତ ମଙ୍ଗଳବାର ଦିନ ପୁଂଚ ଅଂଚଳରେ ୩ଜଣ ଆତଙ୍କବାଦୀଙ୍କୁ ଏନକାଉଂଟର କରିଥିଲା ସେନା ।