ଆସ୍କାରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜି. ବୁଲୁ ପାତ୍ର ଆହତ

49

ଆସ୍କା : ଆସ୍କା ନୂଆଗାଁସ୍ଥିତ ଭୂତ ତୋଟାରେ ଏନକାଉଂଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜି. ବୁଲୁ ପାତ୍ର ଗୁରୁତର ଆହତ । ତା ଡାହାଣ ଗୋଡରେ ଗୁଳି ବାଜିବା ଫଳରେ ଗୁରୁତର ଅବସ୍ଥାରେ ତାକୁ ଆସ୍କା ମେଡିକାଲରେ ଭର୍ତି କରାଯାଇଛି । ତା ବିରୋଧରେ ହତ୍ୟା, ଡକାୟତି ଭଳି ୧୦ରୁ ଅଧିକ ମାମଲା ରହିଛି । ବୁଲୁ ନିକଟରୁ ୨ଟି ମାଉଜର, ୩ଟି ଗୁଳି ଓ ବାଇକ ଜବତ କରିଛି ପୁଲିସ ।