ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର ବଡ଼ ଅପରେସନ

21

କନକ ବ୍ୟୁରୋ: ଜମ୍ମୁ ଅନନ୍ତନାଗରେ ଅମରନାଥ ତୀର୍ଥଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସେନାର ବଡ଼ ଅପରେସନ । ବଡଗାମରେ ଦୀର୍ଘ ୧୦ ଘଂଟାର ଏନକାଉଂଟର ପରେ ହିଜିବୁଲ ମୁଜ୍ଜାହିଦ୍ଦିନର ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ ।

ଗତକାଲି ସଂଧ୍ୟାରୁ ସେନା ଏହି ଅପରେସନ ଆରମ୍ଭ କରିଛି । ବଡଗାମର ରଦୋବୋଡା ଅଂଚଳରେ ଉଭୟ ସେନା ଓ ଆତଙ୍କବଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସେନା ଓ ପୁଲିସର ଏହି ମିଳିତ ଅପରେସନରେ ଏସଓଜି ମଧ୍ୟ ସାମିଲ ଅଛନ୍ତି । ସେପଟେ ପୁଂଛ୍ ସେକ୍ଟରର ଶାହାପୁର ଅଂଚଳରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି । ଭାରତୀୟ ସେନା ମଧ୍ୟ ଗୁଳିମାଡ଼ର ମୁହଁତୋଡ୍ ଜବାବ ଦେଇଛନ୍ତି । ଏବେବି ଏହି ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।