ଆତଙ୍କବାଦୀଙ୍କୁ ଭାରତୀୟ ଯବାନଙ୍କ କଡା ଜବାବ ! କାଶ୍ମୀରର ସୋପିଆଁରେ ଚାଲିଛି ଏନକାଂଉଟର, ୨ରୁ ୩ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହ

93

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ବି  କଡା ଜବାବ ଦେଇଛନ୍ତି ଯବାନ । ଜମ୍ମୁକଶ୍ମୀରରେ ସୋପିଆନରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସୋପିଆନର ଏକ ଘରେ ୨ରୁ ୩ ଆତଙ୍କବାଦୀ ଲୁଚିରହିଥିବା ଗୁଇନ୍ଦା ସୂଚନା ପାଇଁ ସୁରକ୍ଷାକର୍ମୀ ରାତି ଅଧିଆ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପାରା ମିଲିଟାରୀ, ଏସଓଜି, ସିଆରପିଏଫ ଯବାନ ସଂପୂର୍ଣ୍ଣ ଅଚଂଳକୁ ଘେରାବନ୍ଦୀ କରିଛନ୍ତି । ଅପରେସନକୁ ଆଖି ଆଗରେ ରଖି ଅଂଚଳରେ ଇଂଟନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ଅନ୍ୟପ୍ଣଙ୍ଖ ଭାରତର ବାୟୁସେନା ହମଲା ପରେ ବିଚଳିତ ହୋଇପଡିଛି ପାକିସ୍ତାନ । ସୀମା ସ୍ଥିତ ସେନା ପୋଷ୍ଟ ଓ ସୀମାବର୍ତି ଗାଁ ଉପରେ ପାକିସ୍ତାନୀ ସେନା ଗୁଳି ଓ ମୋର୍ଟାର ମାଡ କରିଛି । ଜାମ୍ମୁକାଶ୍ମୀର ସୀମାର ୧୫ଟି ଜାଗାରେ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ଜଣାପଡିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ଛାନିଆ ହୋଇଯାଇଥିବା ପାକିସ୍ତାନ ସିଆଲକୋଟରେ ଟ୍ୟାଙ୍କ ଦ୍ୱାରା ଆକ୍ରମଣ କରିଥିବା ସୂଚନା ମିଳିଛି ।

ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି । ଫଳରେ ପାକିସ୍ତାନ ସେନାର କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଜାମ୍ମୁକଶ୍ମୀରର ନୌସେରା, ଅଖନୁର, ପୁଂଛ ଓ କୃଷ୍ଣା ଘାଟିରେ ପାକିସ୍ତାନ ସେନା ଗୁଳି ମାଡ କରିଛନ୍ତି । ତେବେ ଏହି ଗୁଳି ବିନିମୟରେ ଭାରତର ୧୦ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୫ଟି ପୋଷ୍ଟ ନଷ୍ଟ ହୋଇଛି । ସୀମା ଅଂଚଳରେ ରାଜୌରୀର ୫କିଲୋମିଟର ଭିତରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । ଏହାସହ କେତେକ ପରୀକ୍ଷା ମଧ୍ୟ ବାତିଲ କରିଦିଆଯାଇଛି ।