ଜମ୍ମୁ ଓ କଶ୍ମୀର: ବାନ୍ଦିପୋରା ବର୍ଡରରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ

32

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ବାନ୍ଦିପୋରାରେ ଏକନାଉଂଟର । ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଫାୟାରିଂ ଜାରି ରହିଛି । ଏଥିରେ ୨ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଭାରତର ସର୍ଜିକାଲ ଷ୍ଟ୍ରାଇକ ପରେ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଯାଇଛି । ଗୁଇନ୍ଦା ସୂଚନାକୁ ଆଧାର କରି ବାନ୍ଦିପୋରାର ଶାହାଗୁଣ୍ଡ ଅଂଚଳରେ ସୁରକ୍ଷାକର୍ମୀ ଖାନତଲାସି ଆରମ୍ଭ କରିଥିଲେ । ଏହି ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହାର କଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ଫାୟାରିେଂରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ।